Wednesday , May 18 2022
Breaking News
Home / ରାଜନୀତି / କଂଗ୍ରେସ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଘୋଷଣା

କଂଗ୍ରେସ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଘୋଷଣା

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ କଂଗ୍ରେସ ପ୍ରାର୍ଥୀ ନାମ ଘୋଷଣା କରିଛି । ତିର୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଇଂ ହିମାଂସୁ ଭୂଷଣ ମଲ୍ଲିକ ଙ୍କ ପରାମର୍ଶରେ ରଘୁନାଥପୁର ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ଦାସଙ୍କର ସଭାପତିତ୍ୱରେ ଏକ ବୈଠକରେ ରଘୁନାଥପୁର ବ୍ଲକର ଜୋନ ୧ ଏବଂ ଜୋନ ୨ ନିମନ୍ତେ କଂଗ୍ରେସ ପ୍ରାର୍ଥୀ ଚୟନ କରାଯାଇଥିଲା । ଏହି ବୈଠକରେ ବ୍ଲକ କଂଗ୍ରେସ ଉପସଭାପତି ଆର୍ତତ୍ରାଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ୨ଟି ଜୋନ ଜିଲ୍ଲା ପରିଷଦ ଆସନ ନିମନ୍ତେ କଂଗ୍ରେସର ୨ଜଣ ପ୍ରାର୍ଥୀଙ୍କ ନାମ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନିକଟକୁ ପଠାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବାରିକ ଉକ୍ତ ୨ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସେମାନେ ହେଲେ ରଘୁନାଥପୁର ବ୍ଲକର ଜୋନ ୧ଜିଲ୍ଲା ପରିଷଦ ନିମନ୍ତେ କଂଗ୍ରେସ ପ୍ରାର୍ଥୀ ନନ୍ଦିକା ମଲ୍ଲିକ ନାମ ଘୋଷଣା କରିଥିବା ବେଳେ ଜୋନ ୨ ନିମନ୍ତେ ଜିଲ୍ଲା ପରିଷଦ କଂଗ୍ରେସ ପ୍ରାର୍ଥୀ କନକଲତା ସେଠୀ ନାମ ଘୋଷଣା କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *