ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ସମଥଁତ ପ୍ରାର୍ଥି ଭାବେ ଧର୍ମାନନ୍ଦ ସେଠୀ ଏରଡ଼ଙ୍ଗା ପଂଚାୟତ କାର୍ଯ୍ୟାଳୟରେ ସରପଂଚ ପ୍ରାର୍ଥି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଂଚାୟତ ନିର୍ବାହୀ ଅଧିକାରୀ କେଶବ ଚନ୍ଦ୍ର ମୁଖୀ ଙ୍କ ନିକଟରେ ସେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ତାରାକାନ୍ତ ଜେନା, ଖୋକନ ରାୟ, ଦିବାକର ସ୍ୱାଇଁ, ଅନୀଲ ମହାନ୍ତି, ରାଜନ ନାୟକ, ନେତ୍ରାନନ୍ଦ ନାୟକ, କାମଦେବ ମଲ, ଓକିଲ ରାୟ , ଅଶୋକ ଜେନା ପ୍ରମୁଖ ୁପସ୍ଥିତ ଥିଲେ । ପଂଚାୟତରେ ସେ ଜଣେ ପରୋପକାରୀ ମଣିଷ ଭାବେ ଜଣାଶୁଣା ଥିବାବେଳେ ଲୋକ ପ୍ରତିନିଧି ହୋଇ ଜନସାଧାରଣଙ୍କ ପାଇଁ କିଛି କରିବାର ଆଶା ନେଇ ରାଜନୀତିକୁ ପ୍ରକେଶ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
