Tuesday , August 9 2022
Breaking News
Home / ବିଶେଷ / ଏଣିକି ଦୋକାନୀ କିମ୍ବା ଵଡ ଵ୍ୟଵସାୟୀ ଆଉ କହି ପାରିଵେ ନାହିଁ ନୋ ଏକ୍ସଚେଞ୍ଜ  କିମ୍ବା ନୋ ରିଫଣ୍ଡ

ଏଣିକି ଦୋକାନୀ କିମ୍ବା ଵଡ ଵ୍ୟଵସାୟୀ ଆଉ କହି ପାରିଵେ ନାହିଁ ନୋ ଏକ୍ସଚେଞ୍ଜ  କିମ୍ବା ନୋ ରିଫଣ୍ଡ

କଟକ ସଦର, ୨୦/୧/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):ଆଉ ଏଣିକି ଦୋକାନୀ କିମ୍ବା ବ୍ୟବସାୟୀ ଗ୍ରାହକ ଙ୍କୁ କହି ପାରିଵେ ନାହିଁ ନୋ ଏକ୍ସଚେଞ୍ଜ କିମ୍ବା ନୋ ରିଫଣ୍ଡ। ଏଥିପାଇଁ କଟକ ଜିଲ୍ଲା ଖାଉଟି ଅଦାଲତ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ପ୍ରକାଶ କରିଛନ୍ତି।ପ୍ରକାଶ ଯେ କଟକର ଜନୈକ ଆଇନଜୀବୀ ଦୋଳମୁଣ୍ଡାଇର ଏକ ପ୍ରତିଷ୍ଠିତ ଲୁଗା ଦୋକାନରୁ ୫ ହଜାର ୪ ଶହ ଟଙ୍କା ଦେଇ ଗୋଟିଏ ପାଟ ଶାଢ଼ୀ କିଣିଥିଲେ। ଘରକୁ ନେଇ ଦେଖିଲେ ଯେ ଶାଢ଼ୀ ଟି ଦାମ ଅନୁସାରେ ନିମ୍ନ ମାନର । ଏଥିପାଇଁ ଦୋକାନକୁ ଯାଇ ଶାଢ଼ୀ ଫେରସ୍ତ ନେଵା କିମ୍ବା ଭଲ ମାନର ଶାଢ଼ୀ ଦେଵାକୁ କହିଲେ।ହେଲେ ଦୋକାନୀ ଏଥିରେ ରାଜି ନହେବାରୁ ଗ୍ରାହକ ଆଇନଜୀବୀ ଜିଲ୍ଲା ଖାଉଟିଅଦାଲତର ଦ୍ୱ।ରସ୍ତ ହେଲେ।ମାମଲାର ବିଚାର କରି କଟକ ଜିଲ୍ଲା ଖାଉଟି ଅଦାଲତ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ୧୯୮୬ ସେକ୍ସନ ୧୪ ଓ ଭାରତ ସରକାରଙ୍କ ୧୯୯୯ ନୋଟିଫିକେସନ ଅନୁସାରେ ଦୋକାନୀ ଙ୍କୁ ଶାଢ଼ୀର ଦାମ ସହ ୪୦ ହଜାର ଯୋରିମାନା ଓ ଅଦାଲତ ଖର୍ଚ୍ଚ ଵାଵଦକୁ ୧୦ ହଜାର ଟଙ୍କା ଦେବାକୁ ରାୟରେ ନିର୍ଦେଶ ଦେଇଥିବା ଜଣାପଡିଛି।ରାୟ ପ୍ରକାଶ ପରେ ଖାଉଟିଙ୍କ ମଧ୍ୟରେ ଖୁସି ପ୍ରକଟ ସହ ଦୋକାନୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.