Thursday , June 30 2022
Breaking News
Home / ବିଶେଷ / ଆଧୁନିକୀକରଣ କାର୍ଯ୍ୟ ପାଇଁ ୪ ଟ୍ରେନ୍ ବାତିଲ୍

ଆଧୁନିକୀକରଣ କାର୍ଯ୍ୟ ପାଇଁ ୪ ଟ୍ରେନ୍ ବାତିଲ୍

ଭୁବନେଶ୍ୱର,୨୦/୧/୨୦୨୨ (ଓଡ଼ିଶା ସମାଚାର)-ଦକ୍ଷିଣ ପୂର୍ବ ମଧ୍ୟ ରେଳପଥର ବିଳାସପୁର ରେଳମଣ୍ଡଳ ଅନ୍ତର୍ଗତ ନିଗୁଆର-ଜୟଥାରୀ-ଚୁଲହା ରେଳ ସେକ୍ସନ୍ ମଧ୍ୟରେ ତୃତୀୟ ଲାଇନ୍ କାର୍ୟ୍ୟକ୍ଷମ ହେବ। ଏଥିସହ ଦକ୍ଷିଣ ପଶ୍ଚିମ ରେଳପଥ ଅନ୍ତର୍ଗତ ବେଙ୍ଗାଲୁରୁ ରେଳ ମଣ୍ଡଳ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ୟ୍ୟ ଲାଗି ପୂର୍ବତଟ ରେଳପଥକୁ ଆସୁଥିବା କିମ୍ବା ଯାଉଥିବା ଟ୍ରେନ୍ ସାମୟିକ ଭାବେ ପ୍ରଭାବିତ ହେବ। ତାହାକୁ ଦୃଷ୍ଟିରେ ରଖି ୪ଟି ଟ୍ରେନ୍କୁ ବାତିଲ୍ କରାଯିବା ସହ ଗୋଟିଏର ମାର୍ଗ ପରିବର୍ତ୍ତନ ହୋଇଛି। ଜାନୁଆରି ୨୦ ଓ ୨୭ତାରିଖରେ ଭଲସାଡରୁ ଛାଡ଼ିବାକୁ ଥିବା ଭଲସାଡ-ପୁରୀ ଏକ୍ସପ୍ରେସ(୨୨୯୦୯), ୨୩ ଓ ୩୦ ତାରିଖରେ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ଭଲସାଡ ଏକ୍ସପ୍ରେସ(୨୨୯୧୦) ଓ ବିକାନେର୍ଠାରୁ ଛାଡ଼ିବାକୁ ଥିବା ବିକାନେର-ପୁରୀ ଏକ୍ସପ୍ରେସ୍(୨୦୪୭୧), ୨୬ ଓ ଫେବ୍ରୁଆରି ୨ରେ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ବିକାନେର୍ ଏକ୍ସପ୍ରେସ୍(୨୦୪୭୨) ବାତିଲ୍ ହୋଇଛି। ୧୮ ଓ ୨୫ ତାରିଖରେ ହଟିଆରୁ ଛାଡ଼ୁଥିବା ହଟିଆ-ଯଶୋବନ୍ତପୁର ଏକ୍ସପ୍ରେସ୍(୧୨୮୩୫) କୃଷ୍ଣରାଜପୁରମ୍-ଚାନ୍ନାସନ୍ଦରା-ୟେଲହଙ୍କା ମାର୍ଗ ଦେଇ ଯଶୋବନ୍ତପୁର ଯାତ୍ରା କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *