Tuesday , August 9 2022
Breaking News
Home / ନିର୍ବାଚନ / ୩ୟ ଦିନରେ ୨୩୬ ନାମାଙ୍କନ ପତ୍ର ଦାଖଲ , ନିର୍ବାଚନ ମାହୋଲ ଆରମ୍ଭ 

୩ୟ ଦିନରେ ୨୩୬ ନାମାଙ୍କନ ପତ୍ର ଦାଖଲ , ନିର୍ବାଚନ ମାହୋଲ ଆରମ୍ଭ 

ଗରଦପୁର, ୧୯/୧/୨୦୨୨ (ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍  ପାଇଁ ନାମାଙ୍କନ ର ୩ୟ ଦିନରେ ୨୩୬ ନାମାଙ୍କନ ପତ୍ର ଦାଖଲ ହୋଇଛି । ଗତ ୩ ଦିନ ଧରି ଚାଲିଥିବା ନାମାଙ୍କନ ପତ୍ର ଦାଖଲ ରେ ଗତ ଦୁଇ ଦିନର ମିଶାଇ ମୋଟ ୪୪୪୬ ଜଣ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିସାରିଲେଣି । ଗରଦପୁର ବ୍ଲକ୍ ରେ ଜିଲା ପରିଷଦ ପାଇଁ ଦଳିୟ ପ୍ରାର୍ଥି ତାଲିକା ଘୋଷଣା କରିବାରେ  ବିଜେଡ଼ି ଓ ବିଜେପି ଛକାପଂଝା ରେ ଥିବାବେଳେ କଂଗ୍ରେସ ତିନୋଟି ଜୋନ୍ ପାଇଁ ଗତକାଲି ରାତିରେ ପ୍ରାର୍ଥି ଘୋଷଣା କରିଛି । ବିଜେପି ଓ ବିଜେଡ଼ି ରେ ଅନ୍ତ କନ୍ଦଳ ଲାଗିରହିଥିବାରୁ ପଂଚାୟତ ସ୍ତରରେ ସେମାନଙ୍କର ପ୍ରାର୍ଥି କିଏ ତାହା ଦଳ ତରଫରୁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆଶାୟୀ ପ୍ରାର୍ଥିମାନେ ଆଉ ଅପେକ୍ଷା ନକରି ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଫଳରେ ନାମାଙ୍କନ ଠାରୁ ନିର୍ବାଚନ ମାହୋଲ ଆରମ୍ଭ ହୋଇ ଯାଇଛି । ଆଜି ବିଭିନ୍ନ ପଂଚାୟତରେ ସରପଂଚ ପାଇଁ ମୋଟ୍ ୩୨ ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ତଳକୁସୁମା ପଂଚାୟତରେ ୫ ଜଣ, ତେଣ୍ଡାକୁଡ଼ା ରେ ୪ ଜଣ, ବଙ୍ଗାଳପୁର ରେ ୨ ଜଣ, ରାମଚନ୍ଦ୍ରପୁର ରେ ୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ପଂଚାୟତ ସମିତି ସଭ୍ୟ ପାଇଁ ମୋଟ ୨୨ ଜଣ ଆଜି ବ୍ଲକ୍ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ରଂଜିତ ମଲିକ ଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ପଂଚାୟତ ୱାର୍ଡ଼ ସଭ୍ୟ ପାଇଁ ତଳକୁସୁମାରେ ୧୮, ରାମଚନ୍ଦ୍ରପୁର ରେ ୧୭, ମଧୁ ଶାସନ ରେ ୧୦, ପାଖଡ଼ ରେ ୧୧ ଏହିପରି ମୋଟ୍ ୧୮୨ ଜଣ ଆଜି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ରେ କୋଭିଡ଼ ନୀୟମ କଡ଼ା କଡ଼ି ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥିମାନେ କମ୍ ସଂଖ୍ୟକ ସମର୍ଥକଙ୍କୁ ସାଙ୍ଗରେ ନେଇ ବ୍ଲକ୍ ପର୍ଯ୍ୟନ୍ତ ଯାଇଥିଲେ । ପ୍ରାର୍ଥି ଙ୍କ ସହିତ ପ୍ରସ୍ତାବକ ଓ ସମର୍ଥକ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିବାକୁ ଅନୁମତି ମିଳିଥିଲା । ତେବେ କେହି କେହି ପ୍ରାର୍ଥି ମାନେ ସେମାନଙ୍କ ପାଇଁ ମଠ ମନ୍ଦିର ଓ ହେଟେଲ ରେ ଖାଦ୍ୟ ପେୟ ବ୍ୟବସ୍ଥା କରିଥିବା ଦେଖାଯାଇଥିଲା । ନାମାଙ୍କନ ଦାଖଲ ସହିତ ପ୍ରାର୍ଥିମାନେ ଗାଁ ଗାଁ ଘର ଘର ବୁଲି ଭୋଟର ମାନଙ୍କ ପାଖରୁ ଆଶିର୍ବାଦ କାମନା କରୁଛନ୍ତି । ଆଜି କଳାବୁଦା ପଂଚାୟତରେ ସରପଂଚ ପ୍ରାର୍ଥିନୀ ନିର୍ମଳା ସାହୁ , ପଳସୁଧା ପଂଚାୟତରେ ସରପଂଚ ପ୍ରାର୍ଥିନୀ ସୌଭାଗିନୀ ମହାନ୍ତି , ପାଟକୁରା ପଂଚାୟତରେ ସରପଂଚ ପ୍ରାର୍ଥିନୀ ଗୀତାଂଜଳୀ ମହାନ୍ତି , ତେଣ୍ଡାକୁଡ଼ା ପଂଚାୟତରେ ରବିନ୍ଦ୍ରନାଥ ମହାନ୍ତି , ରବିନ୍ଦ୍ର ମହାପାତ୍ର ଓ ମାନସ କୁମାର ରାଉତ ବେଡ଼ାରୀ ପଂଚାୟତରେ ସରପଂଚ ପାଇଁ ସୁଦ୍ଧୁସ୍ମିତା ଲେଙ୍କା ପ୍ରମୁଖ ଆଜି ନିଜ ନିଜ ପଂଚାୟତରେ ନାମାଙ୍କନ ପତ୍ର ଦାଖଲ କରିବା ସହିତ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର କରିଛନ୍ତି । ସେହିପରି ବ୍ଲକ୍ କାର୍ଯ୍ୟାଳୟରେ ମସିତି ସଭ୍ୟ ଭାବରେ ତିକନପୁର ପଂଚାୟତ ସମିତି ସଭ୍ୟ ପାଇଁ କବିତା ଦେବତା, ପଳସୁଧା ପଂଚାୟତ ପାଇଁ ମିନତି ଖୁଂଟିଆ , ନଡ଼ିଆ ବରାଇ ପାଇଁ ମମତା ଦଳେଇ ଓ ପିଙ୍କି ସେଠୀ, ରାମଚନ୍ଦ୍ରପୁର ପାଇଁ ମମତା ନାଥ, ବେଡ଼ାରୀ ପଂଚାୟତ ପାଇଁ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ଦିଲିପ ସାହୁ, ତେଣ୍ଡାକୁଡ଼ା ପାଇଁ ମିର ଗୋଲାମ ହୋସେନ୍, ପାଟକୁରା ପଂଚାୟତ ପାଇଁ ରାକେଶ ମହାପାତ୍ର , ବନ୍ତଳା ପାଇଁ ବ୍ରଜ କିଶୋର ସାହୁ, ଗରଦପୁର ପାଇଁ ଅରୁଣ କୁମାର ପଣ୍ଡା ପ୍ରମୁଖ ଆଜି ନାମାଙ୍କନ ଦାଖଲ କରିଛନ୍ତି । ତେବେ ପ୍ରମୁଖ ରାଜନୈତିକ ଦଳମାନେ ବହୁ ସ୍ଥାନରେ ପ୍ରାର୍ଥି ଚୂଡ଼ାନ୍ତ କରିପାରିନାହାନ୍ତି । ଗୋଟିଏ ଗୋଟିଏ ପଦବୀ ପାଇଁ ପଂଚାୟତ ମାନଙ୍କରେ ଏକାଧିକ ଆଶାୟୀ ପ୍ରାର୍ଥି ବାହାରିବାରୁ ଦଳିୟ ନେତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।  ବିଶେେ କରି ଶାସକ ବିଜେଡ଼ି ରେ ବହୁ ସଂଖ୍ୟାରେ ଆଶାୟୀ ପ୍ରାର୍ଥି ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ଦେଖାଯାଉଛି । ଗରଦପୁର ବିଜେଡ଼ି ରେ  ଅନ୍ତ କନ୍ଦଳ ଲାଗି ରହିଥିବାରୁ ଅଧିକାଂଶ ପଂଚାୟତରେ ବିଜେଡ଼ି ସମର୍ଥିତ ଭାବରେ ଏକାଧିକ ପ୍ରାର୍ଥି ନାମାଙ୍କନ କରୁଛନ୍ତି । ଏସବୁ ଭିତରେ କଂଗ୍ରେସ ଗତକାଲି ଜିଲା ପରିଷଦ ପାଇଁ ୯ ନମ୍ବର ପାଇଁ ପୁଷ୍ପାଂଜଳୀ ନାୟକ, ୧୦ ନମ୍ବର ପାଇଁ ସୁବାସ ଚନ୍ଦ୍ର ସାମଲ ଓ ୧୧ ନମ୍ବର ଜୋନ୍ ପାଇଁ ଅନ୍ନପୂର୍ଣ୍ଣା ପୃଷ୍ଟି ଙ୍କ ନାମ ଘୋଷଣା କରିଛି । କିନ୍ତୁ ବିଜେଡ଼ି ଓ ବିଜେପି ପରଷ୍ପର ଛକା ଛକିରେ ଅଛନ୍ତି । ୩ ଟି ଯାକ ସିଟ୍ ଅକ୍ତିଆର କରିବା ପାଇଁ ବିଜେଡ଼ି ଅଙ୍କ କସୁଥିବା ଜଣାପଡ଼ିଛି । ଯଦିଓ ଆନୁଷ୍ଠାନିକ ଭାବରେ ଦଳ ତାଙ୍କ ପ୍ରାର୍ଥିତ୍ୱ ଘୋଷଣା କରିନାହିଁ ତଥାପି ୯ ନମ୍ବର ଜୋନ୍ ରୁ ଏଲିଜା ସ୍ୱାଇଁ, ୧୦ ନମ୍ବର ଜୋନ୍ ରୁ ସତ୍ୟାନନ୍ଦ ରାଉତ ଓ ୧୧ ନମ୍ବର ଜୋନ ରୁ ମଂଜୁଲତା ଜେନା ଙ୍କ ନାମ ଚୂଡ଼ାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଏପରିକି ଆସନ୍ତା କାଲି ସେମାନେ ପ୍ରାର୍ଥି ପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ଅଧିକନ୍ତୁ ଗରଦପୁର ବ୍ଲକ୍ ର ୩ ଟି ଜିଲା ପରିଷଦ ସିଟ ରୁ ଗତ ପଂଚାୟତ ନିର୍ବାଚନରେ ବିଜେପି ୨ ଟି ସିଟ୍ ରେ ବିଜୟୀ ହୋଇଥିଲା । ଚଳିତ ନିର୍ବାଚନରେ ପୁରୁଣା ମୁହଁକୁ ବଦଳାଇ ନୂଆ ପ୍ରାର୍ଥି ଚୟନ କରି ତିନୋଟି ଯାକ ଜିଲା ପରିଷଦ ସିଟ୍ ହାତେଇବା ପାଇଁ ବିଜେପି ମସୁଧା କରୁଛି । ପୁରୁଣା ମୁହଁକୁ ବାଦ ଦେଲେ ଦଳରେ ଅସନ୍ତାଷ ଓ ବିଦ୍ରୋହ ଆଶଙ୍କାରେ ଦଳିୟ ନେତୃତ୍ୱ ମାପି ଚୁପି ଆଗକୁ ବଢ଼ୁଛନ୍ତି ।  ତେବେ ପୁରୁଣା ମୁହଁକୁ କାଢ଼ି ନୂଆ ପ୍ରାର୍ଥି ଚୟନ କଲେ ବିଜେପି ପାଇଁ  ୯ ନମ୍ବର ଓ ୧୧ ଜୋନ ରେ ବିଜେପି ପାଇଁ ବୁମେରାଂ ହୋଇ ପାରେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.