Sunday , May 22 2022
Breaking News
Home / ନିର୍ବାଚନ / ୨୮ ନମ୍ବର ଜୋନ୍ ରୁ ବିଜେଡ଼ି ର ଜିଲା ପରିଷଦ ପ୍ରାର୍ଥୀ ହେଲେ ଶୁଭଶ୍ରୀ ମହାନ୍ତି 

୨୮ ନମ୍ବର ଜୋନ୍ ରୁ ବିଜେଡ଼ି ର ଜିଲା ପରିଷଦ ପ୍ରାର୍ଥୀ ହେଲେ ଶୁଭଶ୍ରୀ ମହାନ୍ତି 

ନିଶ୍ଚିନ୍ତକୋଇଲି , ୧୯/୧/୨୦୨୨ (ଓଡ଼ିଶା ସମାଚାର)-   କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ୍ ୨୮ ନମ୍ବର ଜିଲା ପରିଷଦ ଜୋନ୍ ରୁ ବିଜେଡ଼ିର ଜିଲା ପରିଷଦ ପ୍ରାର୍ଥି ହୋଇଛନ୍ତି ଶ୍ରୀମତୀ ଶୁଭଶ୍ରୀ ମହାନ୍ତି । ଆଜି ସେ ତାଙ୍କ ଜିଲା ପରିଷଦ ଟିକେଟ ପୂର୍ବତନ ସାଲେପୁର ବ୍ଲକ୍ ଅଧ୍ୟକ୍ଷା ପ୍ରମିଳା ବେହେରାଙ୍କ ଠାରୁ ଗ୍ରହଣ କରିଛନ୍ତି । ସେହି ଜୋନ୍ ରେ ୭ ଗୋଟି ପଂଚାୟତ ଯଥା: ଉତରକୂଳ, ବାବୁଜଙ୍ଗ, ମଣିଜଙ୍ଗ, ମହମ୍ମଦପୁର, ଶିର୍ଲୋ, ମାଣପୁର, ଇସାଣି ବରହମପୁରର ଭୋଟମାନେ ସେମାନଙ୍କ ଜିଲାପରିଷଦ ନିର୍ବାଚନରେ ଭାଗନେବେ । ଶ୍ରୀମତୀ ମହାନ୍ତିଙ୍କ ସ୍ୱାମୀ ମନୋଜ କୁମାର ମହାନ୍ତି କଟକ ଜିଲା ବିଜେଡ଼ି ର ଉପସଭାପତି ଥିବାବେଳେ ସେ ପୂର୍ବରୁ ବାବୁଜଙ୍ଗ ପଂଚାୟତର ସମିତି ସଭ୍ୟ ଥିଲେ । ଦଳପ୍ରତି ଆନୁଗତ୍ୟ ତଥା ତାଙ୍କ ସାଙ୍ଗଠନିକ ଦକ୍ଷତାକୁ ନେଇ ଦଳ ପକ୍ଷରୁ ତାଙ୍କ ପତ୍ନୀ ଶୁଭଶ୍ରୀ ଙ୍କୁ ଶଙ୍ଖ ଚିହ୍ନଷର ପ୍ରାର୍ଥି କରିଥିବାରୁ ଏହି ଜୋନ୍ ର ବିଜେଡ଼ି କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଟିକେଟ ଗ୍ରହଣ ବେଳେ ଜିଲା ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର, ସଦର ବ୍ଲକ୍ ଉପାଧ୍ୟକ୍ଷ ବିଭୂତି ଭୁଷଣ ପରିଡ଼ା, ଜିଲା ପରିଷଦ ସଭ୍ୟ ଜୀବନ ସାମନ୍ତରାୟ , ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ନିଶ୍ଚିନ୍ତକୋଇଲି ବ୍ଲକ୍ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ , ପୂର୍ବତନ ଜିଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ଜିଲା ଉପସଭାପତି ମନୋଜ କୁମାର ମହାନ୍ତି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *