Friday , August 19 2022
Breaking News
Home / ନିର୍ବାଚନ / ସମିତି ସଭ୍ୟ ପାଇଁ ପ୍ରାର୍ଥି ପତ୍ର ଦାଖଲ କଲେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ 

ସମିତି ସଭ୍ୟ ପାଇଁ ପ୍ରାର୍ଥି ପତ୍ର ଦାଖଲ କଲେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ 

ଗରଦପୁର, ୧୯/୧/୨୦୨୨ (ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ଦିଲିପ କୁମାର ସାହୁ ଆଜି ନିଜ ସମର୍ଥକ ମାନଙ୍କ ଗହଣରେ ଆସି ବ୍ଲକ୍ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ରଂଜିତ କୁମାର ମଲିକ୍ ଙ୍କ ନିକଟରେ ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି । ନିଜ ବେଡ଼ାରୀ ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥି ଭାବରେ ନିର୍ବାଚନ ଲଢ଼ିବା ପାଇଁ ସେ ନାମାଙ୍କନ ଦାଖଲ କରିଛନ୍ତି । ଗତ ୨୦୦୩ ରୁ ୨୦୦୭ ପଂଚାୟତ ନିର୍ବାଚନରେ ବିଜୟୀ ହୋଇ ଦଲିପ ଗରଦପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ତତକାଳୀନ ପାଟକୁରା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସେ ଅନୁଗତ ଥିବାରୁ ତାଙ୍କୁ ଅଧ୍ୟକ୍ଷ ପଦବୀ ମିଳିଥିଲା । ପରବର୍ତି ସମୟରେ ଦିଲିପ ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ଙ୍କ ସହିତ ମିଶି ୧୧ ନମ୍ବର ଜୋନ ରୁ ଦଳିୟ ଟିକେଟ ରେ ଜିଲା ପରିଷଦ ପ୍ରାର୍ଥି ହୋଇ ପରାଜିତ ହୋଇଥିଲେ । ତେବେ ଏବେ ଦିଲିପ ପୁଣି ଅତନୁ ଙ୍କ କ୍ୟାମ୍ପ କୁ ଫେରିଯାଇଛନ୍ତି । ଅତନୁ ବାବୁ ଙ୍କ ଅନୁଗତ ଭାବରେ ଚଳିତ ନିର୍ବାଚନରେ ସେ ସମିତି ସଭ୍ୟ ଭାବରେ ବେଡ଼ାରୀ ପଂଚାୟତ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.