ରଘୁନାଥପୁର, ୧୯/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ୩ୟ ଦିବସରେ ୧୭୮ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରଘୁନାଥପୁର ବ୍ଲକର ୧୯ଗୋଟି ଗ୍ରା.ପ. ନିମନ୍ତେ ସରପଂଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ, ୱାର୍ଡସଭ୍ୟ ପଦବୀ ନିମନ୍ତେ ଆଜି ୩ୟ ଦିନରେ ଦରଖାସ୍ତ ଫର୍ମ ବିକ୍ରି ଆରମ୍ଭ କରାଯାଇଥିଲା । ୱାର୍ଡସଭ୍ୟ ନିମନ୍ତେ ୧୧୩ ଜଣ ଦରଖାସ୍ତ ଫର୍ମ କିଣିଥିବା ବେଳେ୨୦ଜଣ ସରପଂଚ ପଦବୀ ନିମନ୍ତେ ଦରଖାସ୍ତ ଫର୍ମ କିଣିଛନ୍ତି । ସମିତିସଭ୍ୟ ନିମନ୍ତେ ୧୩ଜଣ ଦରଖାସ୍ତ ଫର୍ମ କିଣିଛନ୍ତି । ଆଜି ରଘୁନାଥପୁର ପଂଚାୟତ ସମିତି କାର୍ଯ୍ୟାଳୟରେ ସମିତିସଭ୍ୟ ପ୍ରାର୍ଥୀ ଭାବେ ଜୟଶୋଳ ପଂଚାୟତର ରାଜେନ୍ଦ୍ର ପ୍ରସାଦ ବେହେରା, ପୁରଣଓ ଡପଡା ପଂଚାୟତର ଅମିତା ନାୟକ, ଅଢେଇକୂଳ ପଂଚାୟତର ରିନୀକା ଜେନା, ଜଗନ୍ନାଥପୁର ପଂଚାୟତର ମମତା ସେଠୀ, ପୁରୁଣାବସନ୍ତ ପଂଚାୟତର ପ୍ରତାପ ଚନ୍ଦ୍ର ସ୍ୱାଇଁ, ଧରାଧରପୁର ପଂଚାୟତର ପ୍ରଶାନ୍ତ ବାରିକ, ଧରାଧରପୁର ପଂଚାୟତର ସତ୍ୟନାରାୟଣ ଦାସ, ପୁରଣଓ ଡପଡା ପଂଚାୟତର ପ୍ରତିମା ରାଉତ, ରଘୁନାଥପୁର ପଂଚାୟତର ମିତାଲି ବରାଳ, ରେଢୁଆ ପଂଚାୟତର ରାକେଶ ରୋଶନ ମହାପାତ୍ର, ଛପଡା ପଂଚାୟତର ପ୍ୟାରିଶ କୁମାର ପାତ୍ର, ଜଗନ୍ନାଥପୁର ପଂଚାୟତର ପ୍ରମିଳା ବେହେରା ସମିତିସଭ୍ୟ ଭାବେ ପ୍ରାର୍ଥୀପତ୍ର ରଘୁନାଥପୁର ବ୍ଲକର ନିର୍ବାଚନ ଅଧିକାରୀ ଭାବେ ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ରଘୁନାଥପୁର ବ୍ଲକର ୧୯ଗୋଟି ପଂଚାୟତରେ ୨୬ଜଣ ପ୍ରାର୍ଥୀ ସରପଂଚ ପ୍ରାର୍ଥୀ ଓ ୧୪୦ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନିମନ୍ତେ ପଂଚାୟତ କାର୍ଯ୍ୟାଳୟ ମାନଙ୍କରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବୋଲି ରଘୁନାଥପୁର ବ୍ଲକ ପଂଚାୟତ ଅଧିକାରୀ କେଶବ ଚରଣ ମୁଖୀ ପ୍ରକାଶ କରିଛନ୍ତି । ଏହି ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଶୋକ କୁମାର ମହାନ୍ତି ତଦାରଖ କରୁଛନ୍ତି । ଓଡ଼ିଶା ସମାଚାର
