Sunday , May 22 2022
Breaking News
Home / ବିଶେଷ / ବିଶିଷ୍ଠ ସମାଜସେବୀଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ବିଶିଷ୍ଠ ସମାଜସେବୀଙ୍କ ବିୟୋଗରେ ସ୍ମୃତିଚାରଣ ସଭା

କେନ୍ଦ୍ରାପଡ଼ା, ୧୯/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ସାହସପୁର ଗ୍ରାମର ପୂର୍ବତନ କେନ୍ଦ୍ରାପଡା କୋର୍ଟ ଅଧିକ୍ଷକ ତଥା ସମାଜସେବୀ ଶ୍ରୀବତ୍ସ ଓଝାଙ୍କର ଦ୍ୱିତୀୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଭଦ୍ରକରେ କାର୍ଯ୍ୟରତ ଅଗ୍ନିଶମ ସେବା ଅଧିକାରୀ ହରେକୃଷ୍ଣ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଠ କୃଷକ ନେତା ଫକିର ଚରଣ ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ପରିଡା, ଦିବାକର ଦାସ, ଅନନ୍ତ ଚରଣ ନାୟକ, ଦିପ୍ତୀରଞ୍ଜନ ମହାପାତ୍ର, ସମାଜସେବୀ ତଥା ମଧ୍ୟବିତ ପରିବାରର ଜିଲ୍ଲା ସଭାପତି ନିରଞ୍ଜନ ପରିଡା ପ୍ରମୁଖ  ଯୋଗଦେଇ ସ୍ୱର୍ଗତ ଓଝାଙ୍କ ସ୍ମୃତିଚାରଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *