ରଘୁନାଥପୁର, ୧୯/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ୨ଗୋଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ବିଜୁଜନତା ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନେତୃତ୍ୱରେ ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରିପାଠୀ, ଜିଲ୍ଲା ବିଜେଡି ଉପସଭାପତି ସରୋଜକାନ୍ତ ସ୍ୱାଇଁ ଓ କୋରକମିଟି ସଭ୍ୟଙ୍କ ଉପସ୍ଥିତିରେ ରଘୁନାଥପୁର ବ୍ଲକର ୧ନଂ ଜୋନରୁ ବିଜେଡି ପ୍ରାର୍ଥୀ ନିମନ୍ତେ ରିନାରାଣୀ ମଲ୍ଲିକ, ଜିଲ୍ଲା ପରିଷଦ ୨ନଂ ଜୋନରୁ ଇତିଶ୍ରୀ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ ରୂପେ ଘୋଷଣା କରାଯାଇଛି । ରଘୁନାଥପୁର ବ୍ଲକର ୯ଗୋଟି ପଂଚାୟତର ସରପଂଚ ଓ ସମିତିସଭ୍ୟ ପଦବୀ ନିମନ୍ତେ ଛପଡା ପଂଚାୟତରୁ ସମିତିସଭ୍ୟ ନିମନ୍ତେ ମାନସ ରଂଜନ ଦାସ, ସାଦେଇପୁର ପଂଚାୟତ ସରପଂଚ ପ୍ରାର୍ଥୀ ନମିତା ସ୍ୱାଇଁ, ସମିତିସଭ୍ୟ ସରାସ୍ୱତୀ ହାସଦା, ପୁରଣ ଓଡପଡା ପଂଚାୟତର ସରପଂଚ ନିମନ୍ତେ ଶିବରାମ ସାହୁ, ସମିତିସଭ୍ୟ ନିମନ୍ତେ ନମିତା ପଟ୍ଟନାୟକ, ତଅଁରା ପଂଚାୟତରେ ସରପଂଚ ନିମନ୍ତେ କବିତା ନାୟକ, ସମିତିସଭ୍ୟ ନିମନ୍ତେ ଶାନ୍ତିଲତା ଦିବେଦୀ, ତାରପୁର ପଂଚାୟତରେ ସରପଂଚ ନିମନ୍ତେ ରେଖାରାଣୀ ମଲ୍ଲିକ, ସମିତିସଭ୍ୟ ନିମନ୍ତେ ପୂଜାଲତା ଦାସ, ଏରଡଙ୍ା ପଂଚାୟତରେ ସରପଂଚ ନିମନ୍ତେ ଧର୍ମାନନ୍ଦ ସେଠୀ, ସମିତିସଭ୍ୟ ନିମନ୍ତେ ଦିପିକା ପ୍ରିୟଦର୍ଶନୀ, ଚିକିଣିଆ ପଂଚାୟତ ସରପଂଚ ନିମନ୍ତେ ବିଷ୍ଣୁଚରଣ ସେଠୀ, ଚିକିଣିଆ ପଂଚାୟତ ସମିତିସଭ୍ୟ ନିମନ୍ତେ ବିଚିତ୍ରାନନ୍ଦ ସ୍ୱାଇଁ, ବିଦ୍ୟାଧରପୁର ପଂଚାୟତ ନିମନ୍ତେ ସରପଂଚ ସାହେଦା ତବସୁନ, ସମିତିସଭ୍ୟ ରଞ୍ଜିତା ମଲ୍ଲିକ, ଗୁଆଳିପୁର ପଂଚାୟତର ସରପଂଚ ନିମନ୍ତେ ମନୋଜିନି ସାହୁ, ସମିତିସଭ୍ୟ ନିମନ୍ତେ ପ୍ରଦୁ୍ୟମ୍ନ କୁମାର ପାଲଙ୍କୁ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଓଡ଼ିଶା ସମାଚାର