Wednesday , May 18 2022
Breaking News
Home / ବିଶେଷ / ପାରାଦୀପରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା-ବନ୍ଦ ହେଲାଣି ବ୍ୟାଙ୍କ

ପାରାଦୀପରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା-ବନ୍ଦ ହେଲାଣି ବ୍ୟାଙ୍କ

ପାରାଦୀପ,୧୯/୧/୨୦୨୨ (ଓଡ଼ିଶା ସମାଚାର)- ବନ୍ଦର ସହର ପାରାଦୀପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପାରାଦୀପର କୌଣସି ବି ସ୍ଥାନରେ ଆଦର୍ଶ କରୋନା କଟକଣା ପାଳନ ହେଉନଥିବା ଦେଖିବାକୁ ମିଳୁଛି । ବିଶେଷ କରି ପାରାଦୀପର ପରିବା ହାଟ, ମାଛ ମାର୍କେଟ ସବୁ ବେଳେ ଗହଳି ଚହଳି ଲାଗିରହିଛି । ପାରାଦୀପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେ ପାର ହେବା ପରେବି ଆଜି ପର୍ଯ୍ୟନ୍ତ ଏହା ସ୍ଥାନାନ୍ତରିତ ହୋଇପାରିଲା ନାହିଁ । ପ୍ରଶାସନିକ ଉଦାସୀନତାର ଏହା ଏକ ନଗ୍ନ ନମୁନା । ଏଥି ସହିତ ପାରାଦୀପ ବ୍ୟାଙ୍କ ଷ୍ଟ୍ରିଟ୍ ରେ ଥିବା ବ୍ୟାଙ୍କ ଗୁଡିକ ମଧ୍ୟରୁ କିଛି ବ୍ୟାଙ୍କର କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବ୍ୟାଙ୍କ ବନ୍ଦ କରି ଦିଆଯାଇଛି । ଏହା ଦେଖିବା ପରେ ବି ପ୍ରଶାସନ ପକ୍ଷରୁ କୌଣସି ତପôରତା ପ୍ରକାଶ ପାଉନାହିଁ । ପାରାଦୀପ ବନ୍ଦର ସହିତ ଏହା ଉପରେ ନିର୍ଭର କରି ଏଠାରେ ଗଢି ଉଠିଥିବା ଶିଳ୍ପ ସଂସ୍ଥା ରେ ବି ସମାନ ଅବସ୍ଥା । ପାରାଦୀପ ରିଫାଇନାରୀ, ପିପିଏଲ୍, ପିଆଇସିଟି, ଚେନ୍ନାଇ ରାଧା,ଆଦାନୀ ଉଲମାର୍ ରନ୍ଧନ ଖାଦ୍ୟ କମ୍ପାନୀ, ଆର୍ସେଲର ନିପନ୍ନ ମିତଲ ଷ୍ଟିଲ୍ କମ୍ପାନୀ ଭଳି ଶିଳ୍ପ ସଂସ୍ଥା ମାନଙ୍କରେ ବାହାର ରାଜ୍ୟର ଶ୍ରମିକମାନେ ଆସି କାମ କରୁଛନ୍ତି । ସେମାନଙ୍କର କରୋନା ପରୀକ୍ଷା କିପରି ଓ କେଉଁଠି କରାଯାଉଛି ତାହା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନେ ପାରାଦୀପ ଅଂଚଳରେ କରୋନାର ସୁପର ସ୍ପେଡର ହେବେ ନାହିଁତ? ସେ ନେଇ ଏବେଠୁ ଅଂଚଳବାସୀ ଚିନ୍ତା ବ୍ୟକ୍ତ କଲେଣି । ଗତ ଥର ପାରାଦୀପ ରିଫାଇନାରୀ ବାହାର ରାଜ୍ୟରୁ ଶ୍ରମିକମାନଙ୍କୁ ପାରାଦୀପକୁ ଆଣି ଠିକା କାମରେ ନିୟୋଜନ କରିଥିଲା ଏବଂ ସେତେବେଳେ ପାରାଦୀପ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିଲା । ଯାହାକୁ ରିଫାଇନାରୀ ନିକଟସ୍ଥ ଗ୍ରମବାସୀମାନେ ତୀବ୍ର ବିରୋଧ କରିଥିଲେ । ଏବେ ଠାରୁ ଯଦି ପ୍ରଶାସନ କରୋନା ସଂକ୍ରମଣ ରୋକିବାକୁ ଯଦି କଡା ଆଭିମୁଖ୍ୟ ଗ୍ରହଣ ନ କରେ ତେବେ ପାରାଦୀପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସୁନିଶ୍ଚିତ । ଏଥି ସହିତ ନିକଟସ୍ଥ କୁଜଙ୍ଗ କୋର୍ଟରେ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କୁଜଙ୍ଗ କୋର୍ଟ ପରିସରରେ କଟକଣା ଲାଗୁ କରିଛନ୍ତି ଜିଲ୍ଲାପାଳ । ଏସଂପର୍କରେ ଜିଲ୍ଲାପାଳ ଏକ ନିର୍ଦ୍ଧେଶନାମା ଜାରୀ କରି ଜିଲ୍ଲାରେ ଆଦର୍ଶ କରୋନା କଟକଣା ନିୟମାବଳୀକୁ କଡାକଡି ପାଳିବାକୁ  ବିଜ୍ଞପ୍ତି ଜାରୀ କରିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *