କଟକ ସଦର, ୧୭/୧/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା)- କଟକ ସଦର ବ୍ଲକ ଅନ୍ତର୍ଗତ ଉରାଳି ଗ୍ରାମ ପଞ୍ଚାୟତର ସରକାରୀ ତହଵିଲକୁ ହଡପ କରିଥିଵା ଵହୁ ଚର୍ଚ୍ଚିତ ମାମଲାରେ ଛନ୍ଦି ହୋଇ ପଡିଥିବା ସରପଞ୍ଚ ଆଶାଲତା ଵେହେରାଙ୍କୁ ଵିଜେଡି ୪ ନମ୍ଵର ଜିଲ୍ଲାପରିଷଦ ଆସନ ପାଇଁ ପ୍ରାର୍ଥୀ କରି ତାଙ୍କୁ ପୁରସ୍କୃତ କରିଥିଵା ଏଵେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ପ୍ରକାଶ ଯେ ,ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସରପଞ୍ଚ ଙ୍କ ସମେତ ଵ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ସାମିଲ ଥିଵା ଵିଜେପି ଅଭିଯୋଗ କରି ସେମାନ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାଵି ଜଣାଇଥିବା ବେଳେ ତଦନ୍ତ ଆଳରେ ତାହା ଆଜି ରାଜନୈତିକ ଚାପରେ ଚାପିହୋଇଯାଇଛି।ତେଵେ ଏଭଳି ଦୂର୍ନିତୀଗ୍ରସ୍ତଙ୍କୁ ଵିଜେଡି ପ୍ରାର୍ଥୀ କରି ସ୍ୱଚ୍ଛତା କୁ ପଦାରେ ପକାଇଥିଵା ଅଭିଯୋଗ ହେଉଛି। ଓଡ଼ିଶା ସମାଚାର
