Friday , August 19 2022
Breaking News
Home / ବିଶେଷ / କୋଟି କୋଟି ଟଙ୍କା ଠକେଇ ଓ ଟଙ୍କା ପାଇଁ ଧମକ ମାମଲାରେ ଦୁଇଭାଇ ଗିରଫ

କୋଟି କୋଟି ଟଙ୍କା ଠକେଇ ଓ ଟଙ୍କା ପାଇଁ ଧମକ ମାମଲାରେ ଦୁଇଭାଇ ଗିରଫ

ପାରାଦୀପ,୧୯/୧/୨୦୨୨ (ଓଡ଼ିଶା ସମାଚାର)-  ସାଇକୃପା କନଷ୍ଟ୍ରକସନ୍ ର କୋଟି କୋଟି ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହେରଫେର୍ ଅଭିଯୋଗ ଏବଂ ଟଙ୍କା ପାଇଁ ଧମକ ଦେବା ଅଭିଯୋଗରେ ଦୁଇଭାଇ ବିଶ୍ୱଜିତ ବଳ ଓ ସୁଶାନ୍ତ ବଳଙ୍କୁ ପାରାଦୀପ ଆଦର୍ଶ ଥାନା ବୁଧବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ସାଇକୃପା କନଷ୍ଟ୍ରକସନ୍ ର ଜନୈକ ଆକାଉଟାଂଟ ବିଶ୍ୱଜିତ ବଳ ଦୀର୍ଘ ଦିନ ହେବ କୋଟି କୋଟି ଟଙ୍କାର ହିସାବ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ କରି ଫେରାର ହୋଇଥବା ନେଇ କମ୍ପାନୀର ମୁଖ୍ୟ ରାକେଶ କୁମାର ପଟ୍ଟନାୟକ ୨୦୨୧ ମସିହା ନଭେମ୍ବର ୨୨ରେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ବିଶ୍ୱଜିତକୁ ବୁଧବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେହିପରି ଅନ୍ୟ ଏକ ଘଟଣାରେ ପ୍ରଭୁ ଶଙ୍କର ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ଟଙ୍କା ପାଇଁ ଧମକାଇ ତାଙ୍କ ଠାରୁ ୫ହଜାର ଟଙ୍କା ଯୋର ଜବରଦସ୍ତ ଛଡାଇ ନେବା ଅଭିଯୋଗରେ ବିଶ୍ୱଜିତ ବଳଙ୍କ ଭାଇ ସୁଶାନ୍ତ ବଳଙ୍କୁ ଗରିଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଏବାବଦରେ ୨୨/୧୧, ୨୫୭,୩୦୬, ୨୮/୧୨ ଏବଂ ୪୨୦, ୪୦୬,୩୪୧, ୩୨୩, ୨୯୪, ୩୦୭, ୩୯୪,୫୦୬, ୧୨୦(ବି), ୩୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.