Wednesday , May 18 2022
Breaking News
Home / ଶିକ୍ଷା / କେନ୍ଦ୍ରାପଡା ମହାବିଦ୍ୟାଳୟକୁ ତମାଖୁ ମୁକ୍ତ କରିବାକୁ ଶପଥ ପାଠ

କେନ୍ଦ୍ରାପଡା ମହାବିଦ୍ୟାଳୟକୁ ତମାଖୁ ମୁକ୍ତ କରିବାକୁ ଶପଥ ପାଠ

କେନ୍ଦ୍ରାପଡା,୧୯/୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଯୋଗଦେଇ ଉପସ୍ଥିତ ସ୍ୱେଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନର ଗୁରୁତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରି ଶପଥ ପାଠ କରାଇଥିଲେ । ମହାବିଦ୍ୟାଳୟ ପରିସରକୁ ସ୍ୱଛ ଓ ନିଶାମୁକ୍ତ କରିବାକୁ ଅଧ୍ୟକ୍ଷ ଡଃ. ତ୍ରିପାଠୀ  ଆହ୍ୱାନ ଦେଇଥିଲେ । କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଛାତ୍ରଛାତ୍ରୀ ଏବଂ ଆଜିର ଯୁବଗୋଷ୍ଠିଙ୍କୁ ନିଶା ଠାରୁ ଦୂରେଇ ରଖିବାକୁ ଓ ନିଶାମୁକ୍ତ ସମାଜ ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଏନ.ଏସ.ଏସଏ. ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସ୍ୱେଛାସେବୀମାନଙ୍କୁ ନେଇ କଲେଜ ପରିସର ମଧ୍ୟରେ ସଚେତନତାମୂଳକ କାର୍ଯ୍ୟକ୍ରମ କରିଥିଲେ । କଲେଜର ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର, ଫ୍ଲେକ୍ସ ପ୍ରଭୃତି ଲଗାଯାଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ସ୍ୱେଛାସେବୀମାନେ ତିନିମୁହାଣି ଛକ ଠାରୁ କଲେଜ ଛକ ପର୍ଯ୍ୟନ୍ତ ପଦଯାତ୍ରା କରି ଲୋକମାନଙ୍କୁ ନିଶା ସେବନ ଠାରୁ ଦୂରେଇ ରହିବା ପାଇଁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଜ୍ଞାନୀନ୍ଦ୍ର ଦାଶ, ପ୍ରଫେସର ଗୌର ପ୍ରସାଦ ଷଡଙ୍ଗୀ, ପ୍ରଫେସର ରଞ୍ଜିତ କୁମାର ଦାସ, ଜାତୀୟ ସେବା ସଂସ୍ଥାର ସ୍ୱେଛାସେବୀ, ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ପ୍ରଫେସର ରମାନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ଗରଦପୁର,୧୧/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ରାମଚନ୍ଦ୍ରପୁର ପଂଚାୟତ କଉଡ଼ିଆବରାଇସ୍ଥିତ ଚାଚାଜୀ ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ …

Leave a Reply

Your email address will not be published. Required fields are marked *