ରଘୁନାଥପୁର, ୧୯/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତର ସମିତି ସଭ୍ୟ କାଦମ୍ବିନୀ ସ୍ୱାଇଁ ଆଜି ସରପଂଚ ପ୍ରାର୍ଥିନୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ଛପଡ଼ା ପଂଚାୟତ କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପରିଡ଼ା ଙ୍କ ପାଖରେ ସେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଛପଡ଼ା ବିକାଶ ପରିଷଦ ସଭାପତି ରଜତ କୁମାର ଜେନା, ସୁବାସ ମହାନ୍ତି , ସୁଶାନ୍ତ ବିଶ୍ୱାଳ,ସମାଜସେବୀ ଦିଲିପ କୁମାର ସ୍ୱାଇଁ ଜଗବନ୍ଧୁ ସ୍ୱାଇଁ, କୀର୍ତିକାନ୍ତ ଜେନା, ସଂଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିିତ ଥିଲେ । ସମିତି ସଭ୍ୟ ଭାବେ ସେ ନିଜକୁ ୫ ବର୍ଷ କାଳ ଛପଡ଼ା ପଂଚାୟତ ବାସୀଙ୍କ ପାଇଁ ନିୟୋଜିତ କରିଥିବାବେଳେ ଆଗାମୀ ଦିନରେ ମଧ୍ୟ ସେ ନିସ୍ୱାର୍ଥପରଭାବେ ପଂଚାୟତବାସୀଙ୍କର ସେବା କରିବେ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର