Sunday , May 22 2022
Breaking News
Home / ବିଶେଷ / ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା ବ୍ୟବସାୟୀ । ଏ ଖବର ଶୁଣିଲେ ଆପଣବି କହିବେ ସତରେ ଆଜିବି ବଞ୍ଚିରହିଛି ମଣିଷ ପଣିଆ । ଘଟଣାଟି ହେଉଛି ଧର୍ମଶାଳା ଥାନା ଜାରକା ଅଞ୍ଚଳର । ଗତ ୧୫ ତାରିଖ ଅପରାହ୍ଣ ସମୟରେ ପାରାଦୀପରୁ ବାଇକ ଯୋଗେ ନିଜଗାଁ ଅଭିମୁଖେ ବାହରିଥିଲେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପସି ଥାନା ବ୍ରାହ୍ମଣଗାଁ ଗ୍ରାମର ବୀରେନ୍ ପିଙ୍ଗୁଆ । ୧୬ ନମ୍ବର ଜାତୀୟ ରାଜପଥ ଜାରକା ନିକଟରେ ଥିବା ଏକ ଚା ଦୋକାନ ସମ୍ମୁଖରେ ହଠାତ୍ ତଳେ ପଡିଯାଇଥିଲା ଗୋଟେ କଳା ରଙ୍ଗର ମନିପର୍ସ । ବାଇକର ଗତି ଏତେ କ୍ଷିପ୍ର ଥିଲା ଯେ ଚା ବ୍ୟବସାୟୀ ଜଣଙ୍କ ଡାକି ଶୁଣିପାରିନଥିଲେ ସେ । ପରେ ପାଇଥିବା ସେହି ମନିପର୍ସକୁ ନିଜ ପାଖରେ ନରଖି ସଙ୍ଗେ ସଙ୍ଗେ ନିକଟରେ ଥିବା ଜାରକା ବିଟ୍ ହାଉସରେ ଥିବା ଅଧିକାରୀ ରାଜକିଶୋର ନାୟକଙ୍କୁ ଜାଣାଇଥିଲେ । ଏ ସମ୍ପର୍କିତ ଖବର ସାମଜିକ ଗଣମାଧ୍ୟମରେ ସେୟାର୍ କରାଯାଇଥିଲା । ଫାଣ୍ଡି ଅଧିକାରୀ ବାଙ୍ଗିରିପସି ଥାନା ସହିତ ଯୋଗାଯୋଗ କରିଥିଲେ । ଶେଷରେ ସୋମବାର ଦିନ ସନ୍ଧ୍ୟାରେ ସେହି ଯୁବକ ଜାରକା ଫାଣ୍ଡିରେ ପହଂଚି ନିଜର କିଛି ପ୍ରମାଣ ପତ୍ର ଦେଖାଇବା ପରେ ବଜାର କମିଟିର କିଛି ସଦସ୍ୟ, ଫାଣ୍ଡି ଅଧିକାରୀ ଓ ସାମ୍ବାଦିକ ବନ୍ଧୁ ମାନଙ୍କ ଉପସ୍ଥିତିରେ ଚା ବ୍ୟବସାୟୀ ସ୍ଥାନୀୟ ଚୋରମୁହାଁ ଗ୍ରାମର କୃଷ୍ଣ ଦଳେଇ ଯୁବକଙ୍କ ମନିପର୍ସ ସହିତ ନଗଦ ସାତ ହଜାର ଟଙ୍କା ଫେରାଇଥିଲେ । କୃଷ୍ଣଙ୍କ ଏହି ମାନବିକତା ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *