Wednesday , May 18 2022
Breaking News
Home / ନିର୍ବାଚନ / ରଘୁନାଥପୁର ବ୍ଲକରେ ୨ୟ ଦିନରେ ୪୭ଜଣ ଙ୍କ ପ୍ରାର୍ଥୀପତ୍ର ଦାଖଲ

ରଘୁନାଥପୁର ବ୍ଲକରେ ୨ୟ ଦିନରେ ୪୭ଜଣ ଙ୍କ ପ୍ରାର୍ଥୀପତ୍ର ଦାଖଲ

ରଘୁନାଥପୁର,୧୮/୧/୨୦୨୨ (ଓଡ଼ିଶା ସମାଚାର)-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ୨ୟ ଦିନରେ ୪୭ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରଘୁନାଥପୁର ବ୍ଲକରେ ୧୯ଗୋଟି ଗ୍ରା.ପ. ନିମନ୍ତେ ସରପଂଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ, ୱାର୍ଡସଭ୍ୟ ପଦବୀ ନିମନ୍ତେ ଆଜି ୨ୟ ଦିନରେ ଦରଖାସ୍ତ ଫର୍ମ ବିକ୍ରି ଆରମ୍ଭ କରାଯାଇଥିଲା । ୱାର୍ଡସଭ୍ୟ ନିମନ୍ତେ ୧୧୫ ଜଣ ଦରଖାସ୍ତ ଫର୍ମ କିଣିଥିବା ବେଳେ ୨୪ଜଣ ସରପଂଚ ପଦବୀ ନିମନ୍ତେ ଦରଖାସ୍ତ ଫର୍ମ କିଣିଛନ୍ତି । ସମିତିସଭ୍ୟ ନିମନ୍ତେ ୧୮ଜଣ ଦରଖାସ୍ତ ଫର୍ମ କିଣିଛନ୍ତି । ଆଜି ସମିତିସଭ୍ୟ ନିମନ୍ତେ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ୨ଜଣ ପ୍ରାର୍ଥୀ ସରପଂଚ ନିମନ୍ତେ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ତାରପୁର ପଂଚାୟତର ଲିଲି ବେହେରା ଓ ରଘୁନାଥପୁର ପଂଚାୟତର ପ୍ରମିଳା ସ୍ୱାଇଁ ସରପଂଚ ପଦବୀ ନିମନ୍ତେ ପଂଚାୟତ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବୋଲି ରଘୁନାଥପୁର ବ୍ଲକ ପଂଚାୟତ ଅଧିକାରୀ କେଶବ ଚରଣ ମୁଖୀ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *