ଗରଦପୁର, ୧୮/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ାସ୍ଥିତ ଭୋମିକା ଆଇ ହସପିଟାଲ ଓ ପାଟକୁରା ର ବାବାଜୀ ବେହେରା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପାଟକୁରା ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୪୦ ଜଣ ରୋଗୀ ଯୋଗଦେଇ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା । ତେବେ ଆଜି ୩ ଜଣ ଅସ୍ତ୍ରୋପଚାର ପାଇଁ ଯାଇଥିବା ଜଣାପଡ଼ିଛି । ଭୁମିକା ଆଇ ହସପିଟାଲ ର ଡ଼ାକ୍ତର ଅମିୟ ପାତ୍ର ଓ କର୍ମଚାରୀମାନେ ଚକ୍ଷୁ ପରୀକ୍ଷା କରିଥିଲେ । ଏଥିରେ ଟ୍ରଷ୍ଟ ର ସଭାପତି ପ୍ରଦୀପ୍ତ ବେହେରା ଙ୍କ ସମେତ ସାମାଜିକ କର୍ମୀ ଅରକ୍ଷିତ ବାରିକ, ମିନତୀ ପଣ୍ଡା, ପ୍ରଶାନ୍ତ ମଲିକ୍ , ଶିଶିର ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର
