Sunday , May 22 2022
Breaking News
Home / ନିର୍ବାଚନ / ଧର୍ମଶାଳା ବ୍ଲକ : ୩ ଜଣ ସମିତିସଭ୍ୟ, ୮ ଜଣ ସରପଞ୍ଚ ଓ ୬୦ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ

ଧର୍ମଶାଳା ବ୍ଲକ : ୩ ଜଣ ସମିତିସଭ୍ୟ, ୮ ଜଣ ସରପଞ୍ଚ ଓ ୬୦ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଧର୍ମଶାଳା ବ୍ଲକରେ ପ୍ରଥମ ଦିନରେ ୩ ଜଣ ସମିତିସଭ୍ୟ, ୮ ଜଣ ସରପଞ୍ଚ ଓ ୬୦ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ସରକାରୀ ଭାବରେ ଜଣାଯାଇଛି । ବ୍ଲକ କାର୍ଯ୍ୟାଳୟରେ ଦିନ ୧୧ ଟା ଠାରୁ ଅପରାହ୍ନ ୩ଟା ମଧ୍ୟରେ ସମିତିସଭ୍ୟ ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀ ତଥା ବିଡିଓ ଅରବିନ୍ଦ ବେହେରାଙ୍କ ନିକଟରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟମାନଙ୍କରେ ସରପଞ୍ଚ ଓ ୱାର୍ଡ ସଭ୍ୟ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଚଳିତ ଥର ପଞ୍ଚାୟତସ୍ତରେ ନିର୍ବାଚନ ପରିଚାଳନା କାର୍ଯ୍ୟରୁ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ୪୫ଟି ପଞ୍ଚାୟତରେ ନିର୍ବାଚନ ଅଧିକାରୀ ଭାବରେ ବ୍ଲକ କନିଷ୍ଠ ଯନ୍ତ୍ରୀ, ଜିପିଟିଏ, ଏବିଇଓ, ସିଆରସିସି, ରାଜସ୍ୱ ନିରୀକ୍ଷକ, ଅଙ୍ଗନୱାଡି ସୁପରଭାଇଜର ପ୍ରମୁଖଙ୍କ ସରପଞ୍ଚ ଓ ୱାର୍ଡ ସଭ୍ୟ ମାନଙ୍କ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ଦାୟିତ୍ୱ ଦିଆଯାଇଛି ବୋଲି ଜଣାଯାଇଛି । ନିର୍ବାଚନରେ କୋଭିଡ କଟକଣା ଯୋଗୁ ନାମାଙ୍କନ ଦାଖଲ ସମୟରେ ପ୍ରାର୍ଥୀ ତାଙ୍କ ସହିତ ଅତି କମରେ ୩/୪ ଜଣ ସମର୍ଥକଙ୍କୁ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଭବାନୀପୁର, ଏଣ୍ଡଳବା, ଗଙ୍ଗାଧରପୁର, କୋତପୁର, ଅରାବଳ ଓ ରେଖିଦେଈପୁର ଆଦି ପଞ୍ଚାୟତରେ ଜଣେ ଲେଖାଁଏ ଓ ମଙ୍ଗଳପୁର ପଞ୍ଚାୟତରେ ଦୁଇ ଜଣ ମୋଟ ୮ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ଭବାନୀପୁର ପଞ୍ଚାୟତରେ ମଧୁଲିତା ନାୟକ ଓ କୁମାରୀ ପଞ୍ଚାୟତରେ କ୍ଷୀରୋଦପ୍ରଭା ସାମଲ ଓ କୋତପୁର ପଞ୍ଚାୟତରେ ସୁନାକର ବେହେରା ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ସେହିପରି ଜାରକା, କବାଟବନ୍ଧ ଓ ମଙ୍ଗଳପୁର ଆଦି ୩ଟି ପଞ୍ଚାୟତର ଜଣେ ଲେଖାଁଏ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରେ ଜାରକା ପଞ୍ଚାୟତର ଅନ୍ନପୂର୍ଣ୍ଣା ସାହୁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ତାଳଜଙ୍ଗ, ସମ୍ପାରୁ, ମର୍ଜିତାପୁର, ମିର୍ଜାପୁର, ପାଟପୁର, ନେଉଳପୁର, ମଙ୍ଗଳପୁର, ମଧୁପୁରଗଡ, କୁମାରୀ, କ୍ଷେତ୍ରପାଳ, କଣ୍ଟିଗଡିଆ, କମାଗଡ, ଗଙ୍ଗାଧରପୁର, ଜେନାପୁର, ଅଭୟପୁର, ଅଞ୍ଜିରା, ଆରୁହା, ବଡକାଏମା, ଭବାନୀପୁର, ଚହଟା, ଚକ୍ରଧରପୁର, ଚୋରମୁହାଁ ଆଦି ପଞ୍ଚାୟତରେ ମୋଟ ୬୦ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ କୋତପୁର ପଞ୍ଚାୟତରେ ସର୍ବାଧିକ ୧୧ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *