Wednesday , May 18 2022
Breaking News
Home / ବିଶେଷ / ଘରୁ ଉଡ଼ିଯାଇଥିବା ପାଳିତ ଶୁଆ ‘କୋକୋ’ ୧୨ ଦିନ ପରେ ଘରକୁ ଫେରିଲା ହେଲେ ତାକୁ ଉଦ୍ଧାର କରି ନେଇଗଲେ ଜଙ୍ଗଲ ବିଭାଗ ଅଧିକାରୀ

ଘରୁ ଉଡ଼ିଯାଇଥିବା ପାଳିତ ଶୁଆ ‘କୋକୋ’ ୧୨ ଦିନ ପରେ ଘରକୁ ଫେରିଲା ହେଲେ ତାକୁ ଉଦ୍ଧାର କରି ନେଇଗଲେ ଜଙ୍ଗଲ ବିଭାଗ ଅଧିକାରୀ

କଟକ ୧୮/୧/୨୦୨୨ (ଓଡ଼ିଶା ସମାଚାର)- ଘରୁ ଉଡ଼ିଯାଇଥିବା ପାଳିତ ଶୁଆ ‘କୋକୋ’ ୧୨ ଦିନ ପରେ ଘରକୁ ଫେରିଲା ହେଲେ ତାକୁ ଉଦ୍ଧାର କରି ନେଇଗଲେ ଜଙ୍ଗଲ ବିଭାଗ ଅଧିକାରୀ । କଟକ ତୁଳସୀପୁର ମଧୁସୁଦନ ନଗର ର ନ୍ୟାସନାଲ କନଷ୍ଟିଚ୍ୟୁଟ ଅଫ୍ ଷ୍ଟାଣ୍ଡାର୍ଡ଼ ଏବଂ ଟେକନୋଲୋଜି ( ନିଷ୍ଟ) ର ପ୍ରଫେସର ସୁସ୍ମିତା ବେହେରା ଙ୍କ ପାଳିତ ଶୁଆ ‘କୋକୋ’ଗତ ୫ ତାରିଖରୁ କେଉଁଆଡ଼େ ଉଡ଼ି ପଳାଇଥିଲା । ଉକ୍ତ ପାଳିତ ଶୁଆକୁ ସୁସ୍ମିତା ଙ୍କ ପରିବାର ନିଜ ର ଛୁଆ ପିଲା ପରି ତାକୁ ଲାଳନ ପାଳନ କରୁଥିଲେ । ଖୋଲାରେ ସେ ରହୁଥିଲା । ଆପେ ଆପେ ଘରକୁ ଆସେ , ଉଡ଼ିକି ବାହାରକୁ ଯାଏ ହେଲେ ୧୨ ଦିନ ହେଲା ସେ ଆଉ ଘରକୁ ଆସୁନଥିଲା । ସୁସ୍ମିତା ଏହି ପାଳିତ ଶୁଆ କୁ ପାଇବା ପାଇଁ ଏକ ଲିଫଲେଟ ଛପାଇ ବାଂଟିଥିଲେ ଓ ୫ ହଜାର ଟଙ୍କାର ଇନାମ ଘୋଷଣା କରିଥିଲେ । ଏହି ଲିଫଲେଟ ପଢ଼ି ଭୁବନେଶ୍ୱର କେଶୁରା କୁଆଖାଇ ନଦୀ କୂଳ ଅଂଚଳରୁ ଶୁଆକୁ ପାଇଥିଲେ । ୧୨ ଦିନ ପରେ ଶୁଆ କୋକୋ କୁ ଘରକୁ ଆଣିଲେ ହେଲେ ବନ୍ୟପ୍ରାଣୀ ଙ୍କୁ ଘରେ ରଖିବା ବେଆଇନ୍ ହୋଇଥିବାରୁ ଜଙ୍ଗଲ ବିଭାଗ ଅଧିକାରୀମାନେ ସୁସ୍ମିତାଙ୍କ ଘରେ ପହଂଚି ସେହି ଶୁଆଟିକୁ ଉଦ୍ଧାର କରି ନେଇଯାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *