Wednesday , May 18 2022
Breaking News
Home / କ୍ରୀଡ଼ା / ଗ୍ରାମାଂଚଳ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

ଗ୍ରାମାଂଚଳ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

କେନ୍ଦ୍ରାପଡା, ୧୮/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗର ମା’ ମଙ୍ଗଳା କ୍ରୀକେଟ କ୍ଲବ ଆନୁକୁଲ୍ୟରେ ପ୍ରଥମ ବାର୍ଷିକ ବିଜୟ ଦାସ ମେମୋରିଆଲ ଟେନିସବଲ କ୍ରୀକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୬ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଅମୃତମଣୋହୀର ମ୍ୟାକ୍ସ ଇଲେଭେନ ଏବଂ ଏମ.ଏମ.ସି.ସି.ବଜାର କ୍ରୀକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏମ.ଏମ.ସି.ସି.ଟିମ ଟଚ୍ ହାରି ପ୍ରଥମେ ବ୍ୟାଟିଂ କରି ୧୦ଓଭରରେ  ୯ ୱିକେଟ ବିନିମୟରେ ୧୪୭ରନ ସଂଗ୍ରହ କରିଥିଲା । ଏହାର ଜବାବରେ ମ୍ୟାକ୍ସ ଇଲେଭେନ ଟିମ ନିର୍ଦ୍ଧାରିତ ଉଭରରେ ୧୩୧ରନ ସଂଗ୍ରହ କରିପାରିଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥି ଭାବେ ଉମାକାନ୍ତ ନାୟକ, ନିତ୍ୟାନନ୍ଦ ସାହୁ, ସପନ ବେହେରା, ମାନସ ପାତ୍ର ଓ ଦେବନାରାୟଣ ସାହୁ ପ୍ରମୁଖ ଯୋଗଦେଇ ଏମ.ଏମ.ସି.ସି.ଟିମକୁ ଚମ୍ପିୟନ ଟ୍ରଫି ସହ ନଗଦ ୬ହଜାର ଟଙ୍କା ଏବଂ ରନର୍ସଅପ ହୋଇଥିବା ମ୍ୟାକ୍ସ ଇଲେଭେନ ଟିମକୁ ରନର୍ସଅପ୍ ଟ୍ରଫି ଓ ନଗଦ ୪ହଜାର ଟଙ୍କା ପ୍ରଦାନ କରିଥିଲେ । ଏମ.ଏମ.ସି.ସି.ଟିମର ତପି ମ୍ୟାନ ଅଫଦି ମ୍ୟାଚ ହୋଇଥିବା ବେଳେ ମ୍ୟାକ୍ସ ଇଲେଭେନ ଟିମର ଇନ୍ଦ୍ର ମୟାନ ଅଫ ଦି ସିରିଜ ହୋଇଥିଲେ । ସ୍ୱପ୍ନସାଗର ମହାନ୍ତି ଓ ମାନସ ବେହେରା ମ୍ୟାଚ ପରିଚାଳନା କରିଥିଲେ । ଭାଷ୍ୟକାର ଭାବେ ଅକ୍ଷୟ ପୋଥାଳ ଓ ପ୍ରଫୁଲ୍ଲ ମଲ୍ଲିକ କାର୍ଯ୍ୟ ନିର୍ବାହ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁନିଲ୍ ମେମୋରିଆଲ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଵସ୍ତପଡା କ୍ରିକେଟ – ୨୦୨୨ ଉଦଯାପିତ, ଭୂଵନେଶ୍ୱର ରୟାଲ ଟିମ୍ ଵିଜୟୀ

କଟକ ସଦର, ୧୪/୦୩/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵସ୍ତପଡା କ୍ରିକେଟ କ୍ଲବ ୨୦୨୨ ପକ୍ଷରୁ ସୁନିଲ୍ …

Leave a Reply

Your email address will not be published. Required fields are marked *