Wednesday , May 18 2022
Breaking News
Home / ରାଜନୀତି / ୨୫ ଜିଲା ପରିଷଦ ସଭ୍ୟଙ୍କ ନାମ ଘୋଷଣା କଲା କଂଗ୍ରେସ

୨୫ ଜିଲା ପରିଷଦ ସଭ୍ୟଙ୍କ ନାମ ଘୋଷଣା କଲା କଂଗ୍ରେସ

କେନ୍ଦ୍ରାପଡ଼ା, ୧୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାରେ ୩୨ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି ୨୫ ଜଣ ଦଳୀୟ ପ୍ରାର୍ଥୀଙ୍କ ନାମ  ଘୋଷଣା କରିଛନ୍ତି । ସେମାନେ ହେଉଛନ୍ତି ୧ ନଂ. ଜୋନରୁ ଝରଣା ମଲ୍ଲିକ, ୨ ନଂ. ଜୋନରୁ ଅଜୟ କୁମାର ଜେନା, ୩ ନଂ. ଜୋନରୁ ବନସ୍ୱିନୀ ସାମଲ, ୪ ନଂ. ଜୋନରୁ ମାନଗୋବିନ୍ଦ ଦାସ, ୫ ନଂ. ଜୋନରୁ ଅନ୍ନପୂର୍ଣ୍ଣା ମଲ୍ଲିକ, ୬ ନଂ. ଜୋନରୁ ସସ୍ମିତା ପଣ୍ଡା, ୮ ନଂ. ଜୋନରୁ ଅନନ୍ତ କୁମାର ସ୍ୱାଇଁ, ୧୫ ନଂ. ଜୋନରୁ ପୁଷ୍ପଲତା ଜେନା, ୧୬ ନଂ. ଜୋନରୁ ଜଟାଧାରୀ ବେହେରା, ୧୭ ନଂ. ଜୋନରୁ ଅଜୟ କୁମାର ବଳ,୧୮ ନଂ. ଜୋନରୁ ମମତା ବେହେରା,  ୧୯ ନଂ. ଜୋନରୁ ମାନସୀପ୍ରଭା ଦାସ, ୨୦ ନଂ. ଜୋନରୁ କଳ୍ପତରୁ ପ୍ରଧାନ, ୨୧ ନଂ. ଜୋନରୁ ଟୁନିଲତା ମାଝୀ, ୨୨ ନଂ. ଜୋନରୁ ବ୍ରଜମୋହନ ମଣ୍ଡଳ, ୨୩ ନଂ. ଜୋନରୁ ସୁଶିଲ କୁମାର ସେନାପତି, ୨୪ ନଂ. ଜୋନରୁ ନମିତା ଦାସ, ୨୫ ନଂ. ଜୋନରୁ ମାନସ ରଞ୍ଜନ ମହାନ୍ତି, ୨୭ ନଂ. ଜୋନରୁ ପ୍ରିୟଦର୍ଶିନୀ ବେହେରା, ୨୮ ନଂ. ଜୋନରୁ କ୍ଷୀରୋଦ କୁମାର ବେହେରା, ୨୯ ନଂ. ଜୋନରୁ ପ୍ରମିଳା ସାହୁ, ୩୦ ନଂ. ଜୋନରୁ ସହଦେବ ସାହୁ, ୩୧ ନଂ. ଜୋନରୁ ସନ୍ତୋଷ କୁମାର ମହାନ୍ତି, ୩୨ ନଂ. ଜୋନରୁ ରତି ଦଳାଇ ପ୍ରମୁଖ । ବାକି ୮ଟି ଜୋନରେ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ ଖୁବଶୀଘ୍ର ଘେଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଜିଲ୍ଲାରେ ପ୍ରଥମେ କଂଗ୍ରେସ ନାମ ଘୋଷଣା କରିଥିବାରୁ ବିଜେଡି ଓ ବିଜେପି ମଧ୍ୟ ନିଜ ଦଳର ପ୍ରାର୍ଥୀଙ୍କ ନାମ ଖୁବଶୀଘ୍ର ଘୋଷଣା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ଏହି ସବୁ ଜୋନରେ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ ଘୋଷଣା କରିଥିବାରୁ ପ୍ରାର୍ଥୀମାନେ ଉତ୍ସାହିତ ହୋଇ ହ୍ୱାଟ୍ସଅପ ଓ ଫେସବୁକ ମାଧ୍ୟମରେ ନିଜର ଫଟୋ ଜାରି କରି ଡିଜିଟାଲ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନେ ଏହି ସବୁ ଜୋନରେ ବିଜେଡି ଓ ବିଜେପିକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ବିଜୟର ସ୍ୱାଦ ଚାଖିବାରୁ ବଂଚିତ ହୋଇଥିଲେ । ହେଲେ ଏଥର ଯୁବ ନେତୃତ୍ୱ ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଜିଲ୍ଲା ସଭାପତି ହେବା ପରେ ସେ ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରି ପାରିଛନ୍ତି । ତେଣୁ ଏଥର କଂଗ୍ରେସ ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ସଭ୍ୟ ପଦରେ ଲୋକଙ୍କ ମନ କିଣିବାରେ ସହାୟକ ହେବେ ବୋଲି ଶ୍ରୀ ମହାନ୍ତି ଆଶା ପ୍ରକାଶ କରିଛନ୍ତି ।   ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *