Wednesday , May 18 2022
Breaking News
Home / ସ୍ୱାସ୍ଥ୍ୟ / ୧୦୪୮୯ କରୋନା ପଜିଟିଭ୍ ଚିହ୍ନଟ, ୯୮୨ଜଣ ଶିଶୁ ସଂକ୍ରମିତ – ୩ ମୃତ୍ୟୁ

୧୦୪୮୯ କରୋନା ପଜିଟିଭ୍ ଚିହ୍ନଟ, ୯୮୨ଜଣ ଶିଶୁ ସଂକ୍ରମିତ – ୩ ମୃତ୍ୟୁ

ଭୁବନେଶ୍ୱର,୧୭/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୦୪୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୮୨ ଜଣ କ୍ୱାରେଣ୍ଟାଇନ୍‌ ରୁ ଚିହ୍ନଟ ହୋଇଥିବାବେଳେ ୪୪୦୭ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୮୨ଜଣ ଶିଶୁ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୫୮ଜଣ, ବାଲେଶ୍ୱର ଜିଲ୍ଲାରୁ ୪୩୩ଜଣ, ବରଗଡ଼ ଜିଲ୍ଲାରୁ ୧୬୬ଜଣ, ଭଦ୍ରକ ଜିଲ୍ଲାରୁ ୧୧୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୩୮ଜଣ, ବୌଦ୍ଧ ଜିଲ୍ଲାରୁ ୮୫ଜଣ, କଟକ ଜିଲ୍ଲାରୁ ୭୮୬ଜଣ, ଦେଓଗଡ଼ ଜିଲ୍ଲାରୁ ୪୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୦ଜଣ, ଗଜପତି ଜିଲ୍ଲାରୁ ୧୦୯ଜଣ, ଗଞ୍ଜାମ ଜିଲ୍ଲାରୁ ୯୨ଜଣ, ଜଗତସିଂହପୁର ଜିଲ୍ଲାରୁ ୨୦୭ଜଣ, ଯାଜପୁର ଜିଲ୍ଲାରୁ ୧୯୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୨୫ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬୩ଜଣ, କନ୍ଧମାଳ ଜିଲ୍ଲାରୁ ୫୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୯୩୪ଜଣ, କୋରାପୁଟ ଜିଲ୍ଲାରୁ ୧୬୨ଜଣ, ମାଲକାନାଗିରି ଜିଲ୍ଲାରୁ ୫୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୮୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୯ଜଣ, ନୟାଗଡ଼ ଜିଲ୍ଲାରୁ ୧୯୩ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୮ଜଣ, ପୁରୀ ଜିଲ୍ଲାରୁ ୧୯୮ଜଣ, ରାୟଗଡ଼ା ଜିଲ୍ଲାରୁ ୨୫୩ଜଣ, ସମ୍ବଲପୁର ଜିଲ୍ଲାରୁ ୩୮୭ଜଣ, ସୋନପୁର ଜିଲ୍ଲାରୁ ୧୬୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୪୭ଜଣ, ଷ୍ଟେଟ ପୁଲ୍‌ ରୁ ୭୦୭ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୪୪୦୧ଜଣକୁ ବୃଦ୍ଧି ପାଇଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ଜଣ କରୋନା ସଂକ୍ରମିତଙ୍କର କରୋନାରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ଜଣ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ଜଣେ ରହିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି ପାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୪୪୪୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୦୦୬୭ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୮୪ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୭୫୭୯୭ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସାଧିନ ରହିଥିବା ବେଳେ । ଗତକାଲି ସୁଦ୍ଧା ରାଜ୍ୟରେ ୨୬୭୦୧୫୭୧ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

୪ ଶିଶୁ ଙ୍କ ସମେତ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )-ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୪ ଜଣ କରୋନା ସଂକ୍ରମିତ …

Leave a Reply

Your email address will not be published. Required fields are marked *