ନୂଆପଡ଼ା, ୧୭/୧/୨୦୨୨ (ଓଡ଼ିଶା ସମାଚାର)- ନିଜ ସର୍ଭିସ ବନ୍ଧୁକ ଏକେ ୪୭ ରୁ ନିଜକୁ ନିଯେ ଗୁଳିକରି ନୂଆପଡା କୋମନା ବ୍ଲକ ବରକୋଟ ୨୧୬ ସିଆରପିଏଫର ହାବିଲଦାର ଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ଯବାନଙ୍କ ନାମ ରାମ ପ୍ରତାପ (୪୯)। କୋମନା ସିଏଚସି ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ହରିଆଣାର ବାସିନ୍ଦା ବୋଲି ଜଣାପଡ଼ିଛି। ଓଡ଼ିଶା ସମାଚାର
