Thursday , June 30 2022
Breaking News
Home / ବିଶେଷ / ସମାଜସେବୀ ସ୍ବର୍ଗତ ଭୋଳାନାଥ ନାୟକ ଓ ଭାବବତୀ ଦେବୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ସ୍ମୃତିସଭା

ସମାଜସେବୀ ସ୍ବର୍ଗତ ଭୋଳାନାଥ ନାୟକ ଓ ଭାବବତୀ ଦେବୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ସ୍ମୃତିସଭା

କିଶନନଗର, ୧୭/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ୪୨ ମୌଜା ଶ୍ରୀରାମ ବ୍ରହ୍ମପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଂଚ ଭୋଳାନାଥ ନାୟକ ଓ  ଧର୍ମପ୍ରାଣା ଭାବବତୀ ଦେବୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ,ସ୍ମୃତି ଚାରଣ ସଭା ଏବଂ ସମ୍ବର୍ଦ୍ଧନା ପର୍ବ ଭୋଳନାଥ ନାୟକ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ହେଇଯାଇଛି । ଇଂ.ଅଶୋକ ବିଶ୍ଵାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଭୋଳନାଥ ନାୟକ ସ୍ମୃତି ସଂସଦର ଆବାହକ ସମବାୟବିତ୍ ମହେନ୍ଦ୍ର ନାୟକ,ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା,ନିର୍ଦ୍ଦେଶକ ମିଟୁ ମିଥୁନ,ଓୟୁଜେ କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ମହାନ୍ତି,ଓୟୁଜେ କଟକ ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ ଦାସ,ସମାଜସେବୀ ଆଡ଼ଭୋକଟେ କେଶବ କର,ସମାଜସେବୀ ଗଙ୍ଗାଧର ବେହେରା,ସାହିତ୍ୟିକ ଶୁକଦେବ ପରିଡ଼ା,ଡକ୍ଟର କଲିମୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରୁଦ୍ର ନାରାୟଣ ଦାସ, ରାମଚନ୍ଦ୍ର ଗୋଛାୟତ,ନାରାୟଣ ଚନ୍ଦ୍ର ମହାନ୍ତି, ସାହିତ୍ୟିକ ଚିତ୍ତ ରଞ୍ଜନ ବେହେରା, ଉପେନ୍ଦ୍ର ବାରିକ ଏବଂ ସମସ୍ତ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ । ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଲୋକଭାଷା ପାକ୍ଷୀକ ଖବରକାଗଜ ଉନ୍ମୋଚନ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *