କେନ୍ଦ୍ରାପଡା, ୧୭/୧/୨୦୨୨ (ଓଡ଼ିଶା ସମାଚାର)- ପୌଷପୂର୍ଣ୍ଣିମା ଅବସରରେ ତୁଳସୀକ୍ଷେତ୍ରାଧିପତି ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପୂଜାପଣ୍ଡା ନିଯୋଗର ୨ୟ ବାର୍ଷିକ ମହୋତ୍ସବ ଇଛାପୁରସ୍ଥିତ ଯାତ୍ରୀନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ନିଯୋଗର ସଭାପତି ବାବାଜୀ ପତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ ସାଧାରଣ ସମ୍ପାଦକ ପ୍ରମୋଦ କୁମାର କର ବାର୍ଷିକ ବୀବରଣୀ ପାଠ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇସ୍ଥିତ ରାଧାରମଣ ମଠର ମଠାଧିସ ଅସୀମାନନ୍ଦଜୀ ମହାରାଜ ଯୋଗଦେଇ ଆଜିର ଅବକ୍ଷୟମୁଖୀ ସମାଜରେ ବ୍ରାହ୍ମଣମାନଙ୍କ ଗୁରୁତ୍ୱ ଓ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଆଜିର ବ୍ରାହ୍ମଣମାନେ ବେଦାଭିମୁଖୀ ନହୋଇ ନିମ୍ନଗାମୀ ହେଉଥିବାରୁ ଏହାକୁ ନେଇ ସେ ଉଦବେଗ ପ୍ରକାଶ କରିଥିଲେ । ନିଯୋଗର ପୂର୍ବତନ ସଭାପତି ନୃସିଂହ ପ୍ରସାଦ ପତ୍ରୀ ଯୋଗଦେଇ ମନ୍ଦିର ସେବାୟତମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧର୍ମଦର୍ଶି କର, ମାଧବାନନ୍ଦ ପତ୍ରୀ, ପରୀକ୍ଷିତ କର ପ୍ରମୁଖ ମନ୍ଦିରର ସମସ୍ତ ସେବାୟତ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଶେଷରେ ଜ୍ୟୋତିଶଙ୍କର ପତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
