Wednesday , May 18 2022
Breaking News
Home / ତାଜା ଖବର / ରାଜଧାନୀ ରେ ଆଉ ଏକ ଛୁରାମାଡ଼, ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ଆହତ ସୂଚନା

ରାଜଧାନୀ ରେ ଆଉ ଏକ ଛୁରାମାଡ଼, ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ଆହତ ସୂଚନା

ଭୁବନେଶ୍ୱର , ୧୭/୧/୨୦୨୨ (ଓଡ଼ିଶା ସମାଚାର)- ରାଜଧାନୀ ରେ ପୁଣି ଏକ ଛୁରାମାଡ଼ । ତେବେ ଏହି ଘଟଣା ଟି ଭିନ୍ନ ଘଟଣା । ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇଛି । ଏଭଳି ଛୁରାମାଡ଼ ଘଟଣା ଟି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଲକ୍ଷ୍ମୀସାଗର ବଙ୍ଗାଳସାହିରେ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ଯୁକ୍ତ ସ୍ୱାମୀଙ୍କୁ ଲକ୍ଷ୍ମୀସାଗର ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ମୀସାଗର ବଙ୍ଗାଳିସାହିରେ ରହୁଥିବା ଏହି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ବିବାଦ ଲାଗିଥିଲା । ଏହି ପାରିବାରିକ କଳହ ଶେଷରେ ପାରିବାରିକ ହିଂସା ରେ ପରିଣତ ହୋଇଛି। ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଯୋଗ୍ୟ,ସହିଦ ନଗର ଥାନା ଅନ୍ତର୍ଗତ ୋପ୍ରସ ଛକ ନିକଟରେ ଗତ ଶନିବାର ଛୁରାମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଆହତ ହୋଇ ଥିଲେ। ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …

Leave a Reply

Your email address will not be published. Required fields are marked *