Sunday , May 22 2022
Breaking News
Home / ନିର୍ବାଚନ / ରଘୁନାଥପୁର ବ୍ଲକରେ ପ୍ରଥମ ଦିନରେ ୪୩ଜଣ ଙ୍କ ପ୍ରାର୍ଥୀପତ୍ର ଦାଖଲ 

ରଘୁନାଥପୁର ବ୍ଲକରେ ପ୍ରଥମ ଦିନରେ ୪୩ଜଣ ଙ୍କ ପ୍ରାର୍ଥୀପତ୍ର ଦାଖଲ 

ରଘୁନାଥପୁର, ୧୭/୧/୨୦୨୨ (ଓଡ଼ିଶା ସମାଚାର)-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିନରେ ୪୩ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରଘୁନାଥପୁର ବ୍ଲକରେ ୧୯ଗୋଟି ଗ୍ରା.ପ. ନିମନ୍ତେ ସରପଂଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ, ୱାର୍ଡସଭ୍ୟ ପଦବୀ ନିମନ୍ତେ ଆଜି ଦରଖାସ୍ତ ଫର୍ମ ବିକ୍ରି ଆରମ୍ଭ କରାଯାଇଥିଲା । ୱାର୍ଡସଭ୍ୟ ନିମନ୍ତେ ୧୫୯ଜଣ ଦରଖାସ୍ତ ଫର୍ମ କିଣିଥିବା ବେଳେ ୪୫ଜଣ ସରପଂଚ ପଦବୀ ନିମନ୍ତେ ଦରଖାସ୍ତ ଫର୍ମ କିଣିଛନ୍ତି । ସମିତିସଭ୍ୟ ନିମନ୍ତେ ୨୪ଜଣ ଦରଖାସ୍ତ ଫର୍ମ କିଣିଛନ୍ତି । ଆଜି ସମିତିସଭ୍ୟ ନିମନ୍ତ ରଘୁନାଥପୁର ପଂଚାୟତ ସମିତି କାର୍ଯ୍ୟାଳୟରେ ୭ଜଣ ସମିତିସଭ୍ୟ ନିମନ୍ତେ ପ୍ରାର୍ଥୀପତ୍ର ରଘୁନାଥପୁର ବ୍ଲକ ପୁଲିଙ୍ଗ ଅଫିସର ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କ ନିକଟରେ ଦାଖଲ କରିଛନ୍ତି । ସେମାନେ ହେଲେ ରାଢଙ୍ଗ ପଂଚାୟତ ସ୍ୱର୍ଣ୍ଣଲତା ସେଠୀ, ଅଢେଇକୂଳ ପଂଚାୟତ ଗୀତାଞ୍ଜଳି ସେଠୀ, ଧରାଧରପୁର ପଂଚାୟତର ସରିତ ମହାପାତ୍ର, ବିଦ୍ୟାଧରପୁର ପଂଚାୟତର ରେଣୁବାଳା ସେଠୀ, ବରାଗୋଳ ପଂଚାୟତ ସୌମ୍ୟରଂଜନ ମଲ୍ଲିକ, ପୁରୁଣାବସନ୍ତ ପଂଚାୟତ ଜ୍ୟୋତିକାନ୍ତ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଦ୍ୟାଧରପୁର ପଂଚାୟତରେ ସୁପ୍ରଭା ଦାସ ସରପଂଚ ନିମନ୍ତେ ପ୍ରାର୍ଥୀପତ୍ର କରିଛନ୍ତି ବୋଲି ରଘୁନାଥପୁର ବ୍ଲକ ପଂଚାୟତ ଅଧିକାରୀ କେଶବ ଚରଣ ମୁଖୀ ପ୍ରକାଶ କରିଛନ୍ତି । ବିଭିନ୍ନ ପଂଚାୟତର ୩୫ ଜଣ ୱାର୍ଡ଼ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *