ନିଶ୍ଚିନ୍ତକୋଇଲି,୧୭/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠ ରେ କରୋନା କଟକଣା ମଧ୍ୟରେ ପୁଷ୍ୟାଭିଷେକ ଉତ୍ସବ ପାଳନ ହେଉଛି । କରୋନା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପୀଠ ଚତୁଃର୍ପାର୍ଶ୍ୱ ରେ ୧୪୪ ଧାରା ଜାରି କରାଯାଇଛି । ନେମାଳ ଥାନା ପୋଲିସ ପକ୍ଷରୁ ଗହଳି କରାନଯିବାକୁ କୁହାଯାଉଛି । ବିଧିରକ୍ଷା ନିମନ୍ତେ ଆନୁସଙ୍ଗିକ ପୂଜା ଓ ପଗଡି ଶୋଭାଯାତ୍ରା ଅନୁଷ୍ଠିତ ହେଉଛି ।
ଉଲ୍ଲେଖନୀୟ ଯେ, ବିଗତ ଦୁଇ ବର୍ଷ ହେବ କରୋନା ନିମନ୍ତେ ପୀଠ ରେ ମହାପୁରୁଷ ଙ୍କ ବିଭିନ୍ନ ପର୍ବ ଓ ଉତ୍ସବ ଗୁଡିକ ଵିଧି ରକ୍ଷା ପୂର୍ବକ ପାଳିତ ହେଉଛି । ଓଡ଼ିଶା ସମାଚାର
