କଟକ, ୧୭/୧/୨୦୨୨ (ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ମହାନଦୀ ବିହାର ର ଏମଡିଏ ର ପୂର୍ବତନ ସମ୍ପାଦକ ଓ ବର୍ତ୍ତମାନ ର ବରିଷ୍ଠ କାର୍ୟ୍ୟକାରୀ ସଦସ୍ୟ ଏବଂ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ ର କାର୍ୟ୍ୟକାରୀ ସଦସ୍ୟ ଶ୍ରୀଯୁକ୍ତ ଗୋଲେଖ ଚନ୍ଦ୍ର କାନୁନଗୋ ଙ୍କ ୬୧ତମ ଜନ୍ମ ଜୟନ୍ତୀ କୋଭିଡ଼ କଟକଣା ହେତୁ ନିରାଡ଼ମ୍ବର ଭାବରେ ମହାନଦୀ ବିହାର, ସେକ୍ଟର-୧ ରେ ଥିବା ନବ କୃଷ୍ଣ ଚୌଧୁରୀ ପାର୍କ ରେ ପାଳିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମ ପାଳନ ଅବସରରେ ମହାନଦୀ ବିହାର ତଥା ଆଖ ପାଖ ଅଂଚଳ ର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରୀ କାନୁନଗୋ ଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ପ୍ରତ୍ୟୁଷରେ କଟକ ମହାନଗର ନିଗମ
ର ସଫେଇ କର୍ମଚାରୀ ମାନଙ୍କୁ ମାସ୍କ, ସାନିଟାଇଜର ଓ ମିଷ୍ଟାନ୍ନ ବଣ୍ଟନ ରେ ଯୋଗଦାନ କରିଥିଲେ।
ଏହି ଜନ୍ମଜୟନ୍ତୀ କାର୍ୟ୍ୟକ୍ରମରେ ଯୋଗଦାନ କରି ସର୍ବଶ୍ରୀ ଇଂ ଗୋପାଳ କୃଷ୍ଣ ବେହେରା,ଚତୁର୍ଭୂଜ ମହାପାତ୍ର, ପ୍ରହଲ୍ଲାଦ ମହାନ୍ତି, ରବୀନ୍ଦ୍ର ନାଥ ତ୍ରିପାଠୀ,ଶରତ ଚନ୍ଦ୍ର ଦାସ, ବିଷ୍ଣୁ ପ୍ରସାଦ କର, ନିସାକାନ୍ତ ମହାନ୍ତି, ପ୍ରଫେସର ସଞ୍ଜୟ କୁମାର ସାମନ୍ତରାୟ, ଇଂ ମୁରଲୀ ଧର ହୋତା, ବିମ୍ବାଧର ଶତପଥି,ଇଂ ସୁବ୍ରତ ଘଡେଇ, ଇଂ ସଞ୍ଜୟ କୁମାର ଜେନା, ରମାକାନ୍ତ ଲେଙ୍କା, ବରଦା ପ୍ରସନ ନାୟକ, ହିମାଂଶୁ ଷଡଙ୍ଗୀ, ସୁରଜିତ ମିଶ୍ର, ରତିକାନ୍ତ ଜେନା,ଅଭୟ ପରିଜା, ଅଜୟ ରାଉତ,ଅଶୋକ ରାଉତରାୟ, ନାରାୟଣ ରାଉତ ,ସସ୍ମିନ ଦାସ , ଆଶୁତୋଷ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ଟିକୁ ସଫଳ କରାଇଥିଲେ। ଓଡ଼ିଶା ସମାଚାର
