Wednesday , May 18 2022
Breaking News
Home / ନିର୍ବାଚନ / ପଂଚାୟତ ନିର୍ବାଚନ ପ୍ରଥମ ଦିନରେ ୩ ଜଣ ନାମାଙ୍କନ ଦାଖଲକଲେ

ପଂଚାୟତ ନିର୍ବାଚନ ପ୍ରଥମ ଦିନରେ ୩ ଜଣ ନାମାଙ୍କନ ଦାଖଲକଲେ

ଭୁବନ,୧୭/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଆଜି ପ୍ରଥମ ଦିବସରେ ସମୁଦାୟ ୩ ଜଣ ପ୍ରାର୍ଥୀ ସମିତିସଭ୍ୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅରଖପାଳ ପଂଚାୟତର ପୂର୍ବତନ ସରପଂଚ ଭାସ୍କର ସାହୁ ଚଳିତ ଥର ସମିତିସଭ୍ୟ ନିମନ୍ତେ ଆଜି ନାମଙ୍କନ ପତ୍ର ବିଡିଓ ଆଶୀର୍ବାଦ ପରିଡାଙ୍କୁ ପ୍ରଦାନ କରିଛନ୍ତି । ପରେ ପୂର୍ବତନ ସରପଂଚ ପ୍ରଭାତ କଅଁର ଓ ତାଙ୍କ ପତ୍ନୀ ଜ୍ୟୋସ୍ନାôମୟୀ କଅଁର ଦୟଣାବିଲି ପଂଚାୟତ ପାଇଁ ସମିତିସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ପ୍ରଥମ ଦିବସରେ ମାତ୍ର ୩ ଜଣ ପ୍ରାର୍ଥୀ ନାମାଙ୍କନ କରିଥିବାବେଳେ ୨୧ ତାରିଖ ଅନ୍ତିମ ଦିବସ ସୁଦ୍ଧା ଏହି ସଂଖ୍ୟା ନିଶ୍ଚିତ ଭାବେ ୫୦ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ପ୍ରତି ପଂଚାୟତରେ ଏକାଧିକ ଆଶାୟୀ ପ୍ରାର୍ଥୀ ରହୁଥିବାରୁ ପ୍ରାର୍ଥୀ ଚୟନରେ ବିଳମ୍ବ ହେଉଛି । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *