Wednesday , May 18 2022
Breaking News
Home / ନିର୍ବାଚନ /   ପଂଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

  ପଂଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

କେନ୍ଦ୍ରାପଡ଼ା, ୧୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଆସନ୍ତା ମାସରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେହି ଅନୁଯାଇ  ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଏକ ସର୍ବଦଳୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡଲାଇନ ଅନୁଯାଇ ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ଅବାଧ ଓ ନିରପେକ୍ଷ ପଂଚାୟତ ନିର୍ବାଚନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି । ବୈଠକରେ ପ୍ରାର୍ଥୀଙ୍କ ସମେତ ୫ଜଣ ଘର ଘର ବୁଲି ନିର୍ବାଚନ ପ୍ରଚାର କରିବା, ପ୍ରାର୍ଥୀପତ୍ର ଦାଖଲ ବେଳେ ପ୍ରାର୍ଥୀ, ସମର୍ଥକ କିମ୍ବା ପ୍ରସ୍ତାବକ ଉପସ୍ଥିତ ରହିବା, ସେହିଭଳି ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଓ ୱାର୍ଡମେମ୍ବର ପ୍ରାର୍ଥୀ, ବ୍ଲକ କାର୍ଯ୍ୟାଳୟରେ ସମିତିସଭ୍ୟ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ଦିଆଯାଇଥିଲା । ସେହିଭଳି ୩୨ଟି ଜିଲ୍ଲା ପରିଷଦ ଜୋନର ପ୍ରାର୍ଥୀମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ । ଚଳିତ ବର୍ଷ ପ୍ରଥମଥର ପାଇଁ ଡିଜିଟାଲ ପ୍ଲାଟଫର୍ମରେ ନିର୍ବାଚନ ପ୍ରଚାର କରାଯିବାକୁ ସ୍ଥିର ହୋଇଥିବାରୁ କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ପ୍ରଚାର ସମୟରେ ଦଳୀୟ ନେତାଙ୍କ ଫଟୋ ବ୍ୟବହାର କରିପାରିବେ । କିନ୍ତୁ ସରପଂଚ, ସମିତି ସଭ୍ୟ ଓ ୱାର୍ଡସଭ୍ୟମାନେ ନିର୍ଦ୍ଧଳୀୟ ଭାବେ ନିର୍ବାଚନ ଲଢୁଥିବାରୁ ସେମାନେ କୌଣସି ରାଜନୈତିକ ଦଳର ନେତାଙ୍କ ଫଟୋ ବ୍ୟବହାର  କରିପାରିବେ ନାହିଁ ବୋଲି ସୂଚନା ଦିଆଯାଇଥିଲା । ମତଦାନ ପରେ ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଭୋଟବାକ୍ସକୁ ରଖାଯାଇ ଏକାଥରକେ ଭୋଟ ଗଣନା କରାଯିବାକୁ ଚଳିତ ବର୍ଷ ପ୍ରଥମ କରି ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦେଶ ଥିବାବେଳେ ଭୋଟବାକ୍ସ ଗୁଡିକୁ ସିସିଟିଭି ସର୍ଭେଲାନ୍ସରେ ରଖାଯିବାକୁ ବିଭିନ୍ନ ରାଜନୈତିକ ଦଳ ଗୁଡିକର ନେତାମାନେ ଦାବି କରିଥିଲେ । ଏହି ସର୍ବଦଳୀୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ବିଜୁ ଜନତାଦଳର ପ୍ରତିନିଧି ଦେବଦାସ ମହାନ୍ତି ଓ ରାଜେଶ ଦାସ,  ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ,ବିଜେପିର ଅଭିମନୂ୍ୟ ଗୋଛାୟତଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *