Wednesday , May 18 2022
Breaking News
Home / କ୍ରୀଡ଼ା / ଜୁନାଗଡ଼ ବ୍ୟାଡମିଣ୍ଟନ ସଂଘ ର ନୂତନ କର୍ମକର୍ତ୍ତା ଚୟନ

ଜୁନାଗଡ଼ ବ୍ୟାଡମିଣ୍ଟନ ସଂଘ ର ନୂତନ କର୍ମକର୍ତ୍ତା ଚୟନ

ଜୁନାଗଡ଼, ୧୭/୧/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ ) : ଜୁନାଗଡ଼ ସହର ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ରବିବାର ଦିନ ଜୁନାଗଡ଼ ବ୍ୟାଡମିଣ୍ଟନ ସଂଘ ର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମ ରେ କେପଟେନ ଦିବ୍ୟ ଶଙ୍କର ମିଶ୍ର ବ୍ୟାଡମିଣ୍ଟନ ସଂଘ ର ସଭାପତି ଏବଂ ସମୀର କୁମାର ସାହୁ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । କାର୍ୟ୍ୟକାରିଣୀ ସଭାପତି ସରୋଜ କୁମାର ପଣ୍ଡା, କୋଷାଧ୍ୟକ୍ଷ ରାକେଶ କୁମାର ବେମାଲ ଏବଂ ହିମାଂଶୁ ଶେଖର ବରାଡ଼ ଓ ମଦନ ସାହୁ ଆଇନ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ । ଏହି ଚୟନ ପ୍ରକ୍ରିୟାରେ ମଦନ ସାହୁ ନିର୍ବାଚନ ଅଧିକାରୀ ଭାବେ କାର୍ୟ୍ୟ ତୁଳାଇ ଥିବାବେଳେ ପର୍ୟବେକ୍ଷକ ଭାବେ କଳାହାଣ୍ଡି ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ତଥା ଓଡିଶା ବ୍ୟାଡମିଣ୍ଟନ ସଂଘ ର ଯୁଗ୍ମ ସମ୍ପାଦକ ସନ୍ଦୀପ କୁମାର ମିଶ୍ର ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମ ରେ ଉପ ସଭାପତି, ଯୁଗ୍ମ ସଂପାଦକ, ସହ କୋଷାଧ୍ୟକ୍ଷ, ଉପଦେଷ୍ଟା ମଣ୍ଡଳୀ ଏବଂ କାର୍ୟ୍ୟକାରିଣୀ ସଭ୍ୟ ମନୋନୀତ କରାଯାଇଥିଲା । ଜୁନାଗଡ଼ ବ୍ୟାଡମିଣ୍ଟନ ସଂଘ ର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ । ଶେଷରେ ସରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ପର୍ୟବେକ୍ଷକ ମାନେ ସମସ୍ତ ପଦାଧିକାରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଓଡ଼ିଶା ସମାଚାର

About admin

Check Also

ସୁନିଲ୍ ମେମୋରିଆଲ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଵସ୍ତପଡା କ୍ରିକେଟ – ୨୦୨୨ ଉଦଯାପିତ, ଭୂଵନେଶ୍ୱର ରୟାଲ ଟିମ୍ ଵିଜୟୀ

କଟକ ସଦର, ୧୪/୦୩/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵସ୍ତପଡା କ୍ରିକେଟ କ୍ଲବ ୨୦୨୨ ପକ୍ଷରୁ ସୁନିଲ୍ …

Leave a Reply

Your email address will not be published. Required fields are marked *