Wednesday , May 18 2022
Breaking News
Home / କ୍ରୀଡ଼ା / ଗ୍ରାମାଂଚଳ କି୍ରକେଟ୍ : ନିକିରେଇ ଜିତିଲା ଚାଲେଂଜ କପ୍ 

ଗ୍ରାମାଂଚଳ କି୍ରକେଟ୍ : ନିକିରେଇ ଜିତିଲା ଚାଲେଂଜ କପ୍ 

ଗରଦପୁର, ୧୭/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ନଇନ୍ଦିପୁର ଉଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗତ ୩ ଦିନି ଧରି ଏକ ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ମଦନା, ନଇନ୍ଦିପୁର ଓ ଚାନ୍ଦପଲା ର ଯୁବକ ମାନଙ୍କ ଦ୍ୱାରା ଗଠିତ ଫ୍ରେଣ୍ଡ୍ସ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ଏହି ୯ମ ବାର୍ଷିକ ଦିବା ରାତ୍ର କି୍ରକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ୍ ୧୬ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ ନିକିରେଇ କ୍ରିକେଟ ଟିମ୍ ଓ ବିରିତୋଲ କ୍ରିକେଟ ଟିମ ମଧ୍ୟରେ ହୋଇଥିଲା । ପ୍ରଥମେ ଟସ ଜିତି ନିକିରେଇ ଟିମ୍ ୬ ଓଭର ବଲ ଖେଳି  ୪ ୱିକେଟ ବିନିମୟରେ ୬୨ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ବିରିତୋଲ ୭ ଟି ୱିକେଟ ବିନିମୟରେ ମାତ୍ର ୩୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଫଳରେ ନିକିରେଇ କ୍ରିକେଟ ଟିମ୍ କୁ ବିଜୟୀ ଘୋଷଣା କରାଯାଇଥିଲା ।  ଏଥିରେ ମ୍ୟାନ ଅଫ ଦି ମ୍ୟାଚ୍ ନିକିରେଇ ଟିମ୍ ର ଇରଫାନ୍ ହୋଇଥିବାବେଳେ ମ୍ୟାନ୍ ଅଫ ଦି ସିରିଜ୍ ବିଶ୍ୱ ରଂଜନ ସାହୁ ହୋଇଥିଲେ । ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଫ୍ରେଣ୍ଡସ୍ କ୍ରିକେଟ କ୍ଲବ୍ ସଭାପତି ସଭାପତିତ୍ୱ କରିଥିବାବେଳେ ଏଥିରେ ବିଶିଷ୍ଟ ଅତିଥି ଭାବେ ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ , ପେଟିଏମ ମ୍ୟାନେଜର ସ୍ୱୃତିଶେଖର ଜେନା , ନରୋତମ ପରିଡ଼ା, ଦିଲିପ ଚୟିନୀ, ମନୋରଂଜନ ସ୍ୱାଇଁ, ପୁଲକ ପରିଡ଼ା , ଶ୍ରୀକାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ ।  ଉତ୍ସବରେ ନିକିରେଇ କ୍ରିକେଟ ଟିମ କୁ ବିଜୟୀ ଚାଲେଂଜ କପ୍ ସହିତ ନଗଦ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ବିରିତୋଲ କ୍ରିକେଟ ଟିମ୍ କୁ ରନର୍ସ କପ୍ ସହିତ ନଗଦ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଂଟ ପରିଚାଳନାରେ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସୁନିଲ୍ ମେମୋରିଆଲ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଵସ୍ତପଡା କ୍ରିକେଟ – ୨୦୨୨ ଉଦଯାପିତ, ଭୂଵନେଶ୍ୱର ରୟାଲ ଟିମ୍ ଵିଜୟୀ

କଟକ ସଦର, ୧୪/୦୩/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵସ୍ତପଡା କ୍ରିକେଟ କ୍ଲବ ୨୦୨୨ ପକ୍ଷରୁ ସୁନିଲ୍ …

Leave a Reply

Your email address will not be published. Required fields are marked *