Sunday , May 22 2022
Breaking News
Home / ନିର୍ବାଚନ / ଗରଦପୁର ବ୍ଲକ୍ . . ୧ମ ଦିନରେ ସରପଂଚ ପାଇଁ ୧୦, ସମିତି ସଭ୍ୟ ପାଇଁ ୧ ଓ ୱାର୍ଡ ମେମ୍ବର ପାଇଁ ୪୯  ନାମାଙ୍କନପତ୍ର ଦାଖଲ

ଗରଦପୁର ବ୍ଲକ୍ . . ୧ମ ଦିନରେ ସରପଂଚ ପାଇଁ ୧୦, ସମିତି ସଭ୍ୟ ପାଇଁ ୧ ଓ ୱାର୍ଡ ମେମ୍ବର ପାଇଁ ୪୯  ନାମାଙ୍କନପତ୍ର ଦାଖଲ

ଗରଦପୁର, ୧୭/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକି୍ରୟା ଆରମ୍ଭ ହୋଇଛି । ଗରଦପୁର ବ୍ଲକ୍ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ରଂଜିତ କୁମାର ମଲିକ ଙ୍କ ନିକଟରେ ଗୋଟିଏ ପ୍ରାର୍ଥିପତ୍ର ସମିତି ସଭ୍ୟ ପାଇଁ ଦାଖଲ କରାଯାଇଛି ।  ତିକନପୁର ପଂଚାୟତରୁ ଜଣେ ପ୍ରାର୍ଥି ଏହି ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି ।  ଏଥି ସହିତ ୩୦ ଟି  ନାମାଙ୍କନ ପତ୍ର ପାଇଁ ଫର୍ମ ବିକ୍ରୀ ହୋଇଥିବା ଶ୍ରୀ ମଲିକ ସୂଚନା ଦେଇଛନ୍ତି ।  ସେହିପରି ଗରଦପୁର ପଂଚାୟତରେ ୨ଟି, କଳାବୁଦା ପଂଚାୟତରେ ୨ ଟି, ମଧୁ ଶାସନ ପଂଚାୟତରେ ୧ ଟି , ପାଟକୁରା ପଂଚାୟତରେ ୧ଟି, ରାମଚନ୍ଦ୍ରପୁର ପଂଚାୟତରେ ୩ ଟି, ଓ ତିକନପୁର ପଂଚାୟତରେ ୧ ଜଣ ଏହିପରି ମୋଟ୍ ୧୦ ଜଣ ପ୍ରାର୍ଥି ନିଜ ନିଜ ପଂଚାୟତରେ ସରପଂଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥି ସହିତ ବଙ୍ଗାଳପୁର ପଂଚାୟତରେ ୪ ଟି, ଗରଦପୁର ପଂଚାୟତରେ ୭ ଟି, କଳାବୁଦା ପଂଚାୟତରେ ୫ ଟି, ପାଟକୁରା ପଂଚାୟତରେ ୪ ଟି , ତେଣ୍ଡାକୁଡ଼ା ପଂଚାୟତରେ ୩ ଟି  ସମେତ ଅନ୍ୟାନ୍ୟ ପଂଚାୟତ ମିଶି ମୋଟ ୪୯ ଜଣ ୱାର୍ଡ଼ ମେମ୍ବର ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *