କଟକ ସଦର, ୧୭/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କୋଭିଡ ଟିକାକରଣ ରେ ଵ୍ୟାପକ ଅନିୟମିତତା ହେଉଥିବା ଏବଂ ବ୍ୟକ୍ତିଙ୍କ ନାଁ ରେ ଦ୍ୱିତୀୟ ପାନ ଟିକା ନେଇଥିବା ସାର୍ଟିଫିକେଟ ଆସିଵାକୁ ନେଇ ଚର୍ଚ୍ଚା ଯୋର ଧରିଛି। ପ୍ରକାଶ ଯେ କିଶନନଗର ତହସିଲ ଓ କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ନମାଜ ପଡିଆ ଗ୍ରାମର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ମହମ୍ମଦ ଅଵୁଲ ଵସାର ୫ ଜୁନ ୨୦୨୧ ରେ ପ୍ରଥମ ପାନ ଟିକା ନେବା ପରେ କୋଭିଡ ସଂକ୍ରମିତ ହୋଇ କଟକ ଯୋବ୍ରାର ମେଡିଏରା କୋଭିଡ ହସ୍ପିଟାଲରେ ଭର୍ତିହୋଇ ଚିକିତ୍ସାଧୀନ ଅବସ୍ଥା ରେ ୭ ଅଗଷ୍ଟ ୨୦୨୧ ରେ ପ୍ରାଣତ୍ୟାଗ କଲେ। ହେଲେ ମୃତ୍ୟୁର ୩ ମାସ ପରେ ତାଙ୍କୁ ଦ୍ଵିତୀୟ ପାନ ଟିକା ଦିଆ ଯାଇଛି ଵୋଲି କୋଭିଡ ସାର୍ଟିଫିକେଟ ଆସିଛି । ଏହାକୁ ନେଇ ତାଙ୍କ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଵେ ମୃତକଙ୍କୁ କଣ କଵର ତଳେ ସ୍ୱାସ୍ଥ୍ୟ ବିଭାଗ ଟିକା ଦେଇଥିଲେ କି ଵୋଲି ପରିଵାର ଲୋକେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର
