କଟକ ସଦର , ୧୭/୦୧/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ମଙ୍ଗଳାବାଗ ଅଞ୍ଚଳର ଏକ ଟେଷ୍ଟିଙ୍ଗ୍ ଲ୍ୟାଵରେ ଦୀର୍ଘ ଦିନ ହେବ ବେଆଇନ୍ ଭାଵେ ପୁଅ ଝିଅ ଚିହ୍ନଟ ପାଇଁ ଲିଙ୍ଗ ନିରୁପଣ ୫ ହଜାର ଟଙ୍କାରେ କରାଯାଉଥିବା ଅଭିଯୋଗରେ ଆଜି ସୋମବାର ଦିନ କମିଶନରେଟ ମଙ୍ଗଳାବାଗ ପୋଲିସ୍ ପକ୍ଷରୁ ଉକ୍ତ ଲ୍ୟାଵ ଉପରେ ଚଢାଉ କରାଯାଇଛି। ଲିଙ୍ଗ ନିରୂପଣ ପାଇଁ ବ୍ୟବହୃତ ଯନ୍ତ୍ରାଂଶ ସଵୁକୁ ଜଵତ କରାଯାଇ ପଚରାଉଚରା ଜାରି ରହିଥିବା ବେଳେ ଏହି ଘଟଣାରେ ଏକ ଵଡ ନେଟୱାର୍କ ସାମିଲ ଥିବା କଟକ ଡିସିପି ପ୍ରତିକ୍ ସିଂହ କହିଛନ୍ତି।ଏହି ବେଆଇନ୍ କାରଵାରରେ ୧୦ ଜଣ ଦଲାଲଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନେ ଏକାଧିକ ଜିଲ୍ଲାରୁ ପ୍ରସୁତି ମାନଙ୍କୁ ଅଣାଇ ଲିଙ୍ଗ ନିରୂପଣ କରାଉଥିଲେ ବୋଲି ଜଣାପଡିଛି। ଓଡ଼ିଶା ସମାଚାର