ମାର୍ଶାଘାଇ, ୧୬/୧/୨୦୨୨ (ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଅନ୍ତେଇ ଗ୍ରାମର ଉଦୟନାଥ ଚୌଧୁରୀ ଙ୍କ ଶୋଇବା ଘରେ ଆଜି ଏକ ୫ ଫୁଟ ଲମ୍ବର ବିଷାକ୍ତ ଗୋଖର ସାପ ପସି ଯାଇଥିଲା । ପରିବାର ଲୋକ ଭୟଭିତ ହୋଇ ଘର ଭିତରୁ ବାହାରକୁ ବାହାରିଆସି ବାଡ଼ିରେ କାର୍ଯ୍ୟ କରୁଥିବା ଘର ମାଲିକ ତଥା ଅଂଚଳର ବିଶିଷ୍ଟ ସାପ ଧରାଳି ଉଦୟ ନାଥ ଙ୍କୁ ଡ଼ାକ ପକାଇଥିଲେ । ଉଦୟ ନାଥ ଯାଇ ଘର ଭିତରୁ ସାପକୁ ଉଦ୍ଧାର କରି ଏକ ଗ୍ରାମ୍ୟ ଜଙ୍ଗଲରେ ଛାଡ଼ି ଦେଇଥିଲେ । ଓଡ଼ିଶା ସମାଚାର
