Thursday , June 30 2022
Breaking News
Home / ବିଶେଷ / ପ୍ରେସ ଛକ ହତ୍ୟା କାଣ୍ଡ ଘଟଣାରେ ୨ ଗିରଫ

ପ୍ରେସ ଛକ ହତ୍ୟା କାଣ୍ଡ ଘଟଣାରେ ୨ ଗିରଫ

ଭୁବନେଶ୍ୱର , ୧୬/୧/୨୦୨୨ (ଓଡ଼ିଶା ସମାଚାର)-   ଗତକାଲି ସନ୍ଧ୍ୟାରେ ପ୍ରେସ ଛକରେ ଘଟିଥିବା  ହତ୍ୟା କାଣ୍ଡ ଘଟଣାରେ ସହିଦ ନଗର ପୋଲିସ ୨ ଜଣ ଙ୍କୁ ଗିରଫ କରିବା ସହିତ ଏକ କାର ଜବତ କରିଥିବା ଜଣାପଡ଼ିଛି । ଗିରଫ ୨ ଯୁବକ ହେଉଛନ୍ତି ସତ୍ୟ ଓ କାହ୍ନା । ୨ ଯୁବକ ଭଦ୍ରକ ଅଂଚଳର । ସେମାନେ ଘଟଣାସ୍ଥଳରେ ଥିବା ଏକ ବାଇକ୍ ସୋ ରୁମ ରେ କାମ କରନ୍ତି । ଅଧିକ ତନ୍ତ ଚାଲୁ ରହିଛି । ଗତକାଲି ପ୍ରେସ ଛକରେ ସାମାନ୍ୟ କଥାକୁ ନେଇ ଘଟିଥିବା ହତ୍ୟାକାଣ୍ଡରେ ଗାଢ଼କଣ ଅଂଚଳର ନୀରଂଜନ ପରିଜା ଆଲିଆସ ଚିଂଟୁ ଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କ୍ୟାପିଟାଲ ହସପିଟାଲ ରେ ଚିକିତ୍ସାଧିନ ଅଛନ୍ତି । ଗାଢ଼କଣ ଅଂଳର ଲୋକମାନେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *