Wednesday , May 18 2022
Breaking News
Home / ବିଶେଷ / ପାଟକୁରା ପୋଲିସ ର କରୋନା ସଚେତନତା କାର୍ଯ୍ୟକ୍ରମ

ପାଟକୁରା ପୋଲିସ ର କରୋନା ସଚେତନତା କାର୍ଯ୍ୟକ୍ରମ

ପାଟକୁରା, ୧୬/୧/୨୦୨୨ (ଓଡ଼ିଶା ସମାଚାର)-ଆମ ପୋଲିସ କାର୍ଯ୍ୟକ୍ରମରେ ପାଟକୁରା ପୋଲିସ ଆଜି କରୋନା ସଚେତନତା କରିବା ସହିତ ବଜାରରେ ମାସ୍କ ବଂଟନ କରିଛି । ପାଟକୁରା ଥାନା ଆଇଆଇସି ସରୋଜ କୁମାର ସାହୁ ତାଙ୍କ ପୋଲିସ କର୍ମଚାରୀଙ୍କ ସହ ପାଟକୁରା ଏବଂ ଗରଦପୁର ବଜାରରେ ଶୋଭାଯାତ୍ରା କରି ଜନସାଧାରଣଙ୍କୁ କରୋନା ସଚେତନତା ବାର୍ତା ପ୍ରଦାନ କରିଥିଲେ । କରୋନା / ଓମିକ୍ରନ ଠାରୁ ଦୂରେଇ ରହିବା ପାଇଁ ସମସ୍ତେ ମାସ୍କ ପରିଧାନ କରିବା , ସମ ଦୂରତା ବଜାୟ ରଖିବା ଓ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ପାଟକୁରା ଓ ଗରଦପୁର ବଜାର ରେ ବ୍ୟବସାୟ ପ୍ରତିଷ୍ଠାନ ଓ ଜନସାଧାରଣଙ୍କୁ ମାସ୍କ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସବ ଇନିସପେକ୍ଟର ବିଶ୍ୱଜିତ ଭୋଇ , ଏଏସଆଇ ସୁବାସ ଦାସ, ବୈଷ୍ଣବ ଚରଣ ବେହେରା , କନେଷ୍ଟବଳ ବିଭୂତି ବିହାର, ରାକେଶ ପାତ୍ର, ଅରବିନ୍ଦ ଧଳ, ରମାକାନ୍ତ ନାୟକ, ସୁବାସ ମଲିକ୍  ଙ୍କ ସମେତ ସାମାଜିକ ଅନୁଷ୍ଠାନ ସପୋଟିଙ୍ଗ ଆଣ୍ଡ ହେଲପିଙ୍ଗ ହେଲ୍ଥ ଗୃପ୍ ର ସଭାପତି ଶଶିକାନ୍ତ ନାୟକ , ସମ୍ପାଦକ ଗିରିଜା ଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

 

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *