Sunday , May 22 2022
Breaking News
Home / ନିର୍ବାଚନ / ଧରିଣା ପଞ୍ଚାୟତରେ ସଂଖ୍ୟାଲଘୁ ଭୋଟରଙ୍କୁ ଖୋଜୁଛନ୍ତି ଲୋକେ, ସେମାନଙ୍କର ଘର କେଉଁଠି ?

ଧରିଣା ପଞ୍ଚାୟତରେ ସଂଖ୍ୟାଲଘୁ ଭୋଟରଙ୍କୁ ଖୋଜୁଛନ୍ତି ଲୋକେ, ସେମାନଙ୍କର ଘର କେଉଁଠି ?

କଟକ ସଦର , ୧୬/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା):କଟକ ସଦର ଵ୍ଲକର ଧରିଣା ପଞ୍ଚାୟତରେ ଜଣେ ହେଲେ ସଂଖ୍ୟାଲଘୁଙ୍କ ଘର ନଥିଵା ଵେଳେ ତିନିଜଣ ମହିଳାଙ୍କ ଭୋଟର ତାଲିକାରେ ନାମ ଥିଵାକୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି।ପ୍ରକାଶ ଯେ ଉକ୍ତ ପଞ୍ଚାୟତର ପାରାଵିଲ୍ ୫ ନମ୍ଵର ୱ।ର୍ଡରେ କ୍ରମିକ ସଂଖ୍ୟା ୪୫୪,୪୫୫ ଓ ୪୫୬ ଘର ନମ୍ଵର ୧୨୩,୫୪,ଓ୧୦୩ ରେ ମୁନି ଵିଵି ସ୍ୱାମୀ ସେକ୍ ନଇମ୍,ରେଶ୍ମା ଵିଵି ସ୍ୱାମୀ ସେକ୍ ସଵିର ଓ ଫର୍ଜନା ଵେଗମ୍ ସ୍ୱାମୀ ସେକ୍ ଵାଵୁଙ୍କ ନାମ ଭୋଟର ତାଲିକାରେ ପ୍ରକାଶ ପାଇଛି। ସେହିପରି ଭୋଟର ପରିଚୟ ପତ୍ରରେ ଥିଵା xwp 1140425, xwp 1142900, xwp 1143742 ମଧ୍ୟ ପ୍ରକାଶ ପାଇଛି।ଏଠାରେ ପ୍ରଶ୍ନ ଉଠୁଛି ଯେ ପଞ୍ଚାୟତର କୈ।ଣସି ଗ୍ରାମରେ ସଂଖ୍ୟାଲଘୁଙ୍କ ଘର ନଥିଵା ବେଳେ ପାରାଵିଲ୍ ର ୫ ନମ୍ବର ୱ।ର୍ଡରେ ଏମାନଙ୍କ ନାମ ଦରଜ ହୋଇ ପ୍ରକାଶିତ ହେଲା କିପରି।ଏହା ପଛରେ କିଛି ଅଭିସନ୍ଧି ନାହିଁତ ଵୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏହି ଜାଲିଆତି ‌‌‌ପଛର ରହସ୍ୟ ଉନ୍ମୋଚନ କରିଵାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣ ରଣରେ ଦାଵି ହେଉଛି। ଓଡ଼ିଶା ସମାଚାର

 

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *