ବିନା ଦେୟ ରେ ଚିକିତ୍ସିତ ହେଲେ ଜୁନାଗଡ ସହର ର ଗୁଣନିଧି
ଜୁନାଗଡ଼, , ୧୬/୧/୨୦୨୨ (ଓଡ଼ିଶା ସମାଚାର/ରାକେଶ ବେମାଲ)-ଜୁନାଗଡ ସହର ର ତାଲବନ୍ଦ ପଡା ର ଗୁଣନିଧି ବାଗ (୫୬) ହୃଦ୍ ରୋଗ ରେ ପଡିଥିଲେ । ଏହି ରୋଗ ର ଚିକିତ୍ସା ବ୍ୟୟ ବହୁଳ ହୋଇଥିବାରୁ ଗୁଣ ନିଧି ଙ୍କ ପରିବାର ଗରିବ ଶ୍ରେଣି ର ହୋଇ ଥିବାରୁ ଚିକିତ୍ସା କରିବା ପାଇଁ ଅର୍ଥ ବାଧକ ସାଜିଥିଲା । ଗୋଟିଏ ପୁଅ, ଝିଅ ସହ ସ୍ତ୍ରୀ ଏବ୍ଂ ବୁଢୀ ମା ଙ୍କୁ ନେଇ ତାଙ୍କ ଛୋଟ ପରିବାର । ଗୁଣ ନିଧି ହିଁ ଜଣେ ମାତ୍ର ରୋଜଗାର କରୁଥିବାରୁ ତାଙ୍କ ପରିବାର ରେ ଦୁଖଃ ର କଳା ବାଦଲ ଘୋଟି ଆସିଥିଲା । ଘର ର ସମସ୍ତେ ଭାଙ୍ଗି ପଡି ଥିବା ବେଳେ ଏହି ସମୟ ରେ ବଞ୍ଚିବାର ରାହା ଦେଖାଇଲା ବି ଏସ୍ କେ ୱାଇ କାର୍ଡ । ଜୁନାଗଡ ସହର ର ସାମାଜସେବି ମହେଶ୍ ସାହୁ ଙ୍କୁ ଯୋଗାଯୋଗ କରିଥିଲେ । ମହେଶ୍ ସାହୁ ତୁରନ୍ତ ତାଙ୍କୁ ବିଶାଖା ପାଟଣା ସ୍ଥିତି ମେଡି କଭର୍ ଡାକ୍ତରଖାନା ରେ ଭର୍ତି କରିଥିଲେ । ଗୁଣନିଧି ଙ୍କ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ କାର୍ଡ ଥିବା ହେତୁ ବିନା ଦେୟ ରେ ଅସ୍ତ୍ରୋପଚାର ହୋଇଥିଲା । ଗୁଣନିଧି ଙ୍କ ଟଙ୍କା ଟିଏ ବି ଖର୍ଚ ହୋଇ ନ ଥିଲା । ବର୍ତମାନ୍ ଗୁଣନିଧି ଙ୍କ ଅସ୍ତ୍ରୋପଚାର ହୋଇ ଆସିଲା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡିଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଭିଡିଓ କଲ ମାଧ୍ୟମରେ ଗୁଣନିଧି ପରିବାର ସହ କଥା ହେବା ସହ ଗୁଣନିଧି ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ଗୁଣନିଧି ଙ୍କ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ୍ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ସାମାଜ ସେବୀ ମହେଶ୍ ସାହୁ ଓ ନାରୀ ନେତ୍ରୀ ମନୋରମା ମହାଳିକ ଙ୍କୁ ପ୍ରସଂଶା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର