Saturday , November 26 2022
Breaking News
Home / ସ୍ୱାସ୍ଥ୍ୟ / ୧୦୮୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୦୨୧ ଜଣ ଶିଶୁ ସଂକ୍ରମିତ- ୨ ମୃତ

୧୦୮୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୦୨୧ ଜଣ ଶିଶୁ ସଂକ୍ରମିତ- ୨ ମୃତ

ଭୁବନେଶ୍ୱର, ୧୫/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ଡିସେମ୍ବର ୨୮ରେ ୧୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଦୈନିକ ସଂକ୍ରମଣ ହଠାତ୍ ବଢ଼ି ଯାଇ ଜାନୁଆରୀ ୧ରେ ୨୯୮ଜଣ, ଜାନୁଆରୀ ୨ରେ ୪୨୪ ଜଣ, ଜାନୁଆରୀ ୩ ରେ ୪୨୪ ଜଣ, ଜାନୁଆରୀ ୪ ରେ ୬୮୦ ଜଣ ଜାନୁଆରୀ ୫ ରେ ୧୨୧୬ ଜଣ , ଜାନୁଆରୀ ୬ ତାରିଖରେ ୧୮୯୭ ଜଣ , ଜାନୁଆରୀ ୭ ତାରିଖରେ ୨୭୦୩ ଜଣ , ଜାନୁଆରୀ ୮ ତାରିଖରେ ୩୬୭୯ ଜଣ ,ଜାନୁଆରୀ ୯ ତାରିଖରେ ୪୭୧୪ ଜଣ , ଜାନୁଆରୀ ୧୦ ରେ ୪୮୨୯ ଜଣ, ଜାନୁଆରୀ ୧୧ ରେ ୭୦୭୧ ଜଣ, ଜାନୁଆରୀ ୧୨ ରେ ୮୭୭୮ ଜଣ , ଜାନୁଆରୀ ୧୩ ରେ ୧୦୦୫୯ ଜଣ ଓ ଗତକାଲି ଜାନୁଆରୀ ୧୪ ରେ ୧୦୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ଜାନୁଆରୀ ୧୫ ରେ ପୁଣି ୧୦୮୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସାରଣୀକୁ ଦେଖିଲେ ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଏବେ ୩ ଦିନ ହେଲା ୧୦ ହଜାର ରେ ଅଟକି ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୨୭୩୫ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟର ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୯୩ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୪୫୬୩ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୦୨୧ ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୪ଜଣ, ବାଲେଶ୍ୱର ଜିଲ୍ଲାରୁ ୩୨୬ଜଣ, ବରଗଡ଼ ଜିଲ୍ଲାରୁ ୧୪୫ଜଣ, ଭଦ୍ରକ ଜିଲ୍ଲାରୁ ୧୦୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୫୯ଜଣ, ବୌଦ୍ଧ ଜିଲ୍ଲାରୁ ୩୮ଜଣ, କଟକ ଜିଲ୍ଲାରୁ ୯୦୯ଜଣ, ଦେଓଗଡ଼ ଜିଲ୍ଲାରୁ ୨୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୯ଜଣ, ଗଜପତି ଜିଲ୍ଲାରୁ ୧୩୫ଜଣ, ଗଞ୍ଜାମ ଜିଲ୍ଲାରୁ ୧୩୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୨୨ଜଣ, ଯାଜପୁର ଜିଲ୍ଲାରୁ ୨୧୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୧୧ଜଣ, କଳାହାଣ୍ଡି ଜିଲ୍ଲାରୁ ୧୪୪ଜଣ, କନ୍ଧମାଳ ଜିଲ୍ଲାରୁ ୪୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୫ଜଣ, କେନ୍ଦୁଝର ଜିଲ୍ଲାରୁ ୮୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୦୮୭ଜଣ, କୋରାପୁଟ ଜିଲ୍ଲାରୁ ୧୬୫ଜଣ, ମାଲକାନଗିରି ଜିଲ୍ଲାରୁ ୫୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୭୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦୬ଜଣ, ନୟାଗଡ଼ ଜିଲ୍ଲାରୁ ୧୪୫ଜଣ, ନୂଆପଡା ଜିଲ୍ଲାରୁ ୭୫ଜଣ, ପୁରୀ ଜିଲ୍ଲାରୁ ୧୯୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୬ଜଣ, ସମ୍ବଲପୁର ଜିଲ୍ଲାରୁ ୫୦୦ଜଣ, ସୋନପୁର ଜିଲ୍ଲାରୁ ୧୦୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୯୪୩ଜଣ, ଷ୍ଟେଟ ପୁଲ୍ ରୁ ୭୧୨ଜଣ ରହିଛନ୍ତି ।

ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଆଉ ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତକ ୨ ଜଣ ଙ୍କ ମଧ୍ୟରେ ଜଗତସିଂହପୁର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୭୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୨୨୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୫୨୩୯୫ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୭୮ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୬୧୮୦୯ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୨୬୫୫୪୩୩୪ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.