Thursday , January 20 2022
Breaking News
Home / ବିଶେଷ / ରାଜ୍ୟ ଉତ୍କଳ ପ୍ରତିଭା ଓ ସିନେ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ – ଡ. ପ୍ରକାଶ ଶ୍ରୀଚନ୍ଦନଙ୍କୁ ପାଇକ ସମ୍ରାଟ ସମ୍ମାନ

ରାଜ୍ୟ ଉତ୍କଳ ପ୍ରତିଭା ଓ ସିନେ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ – ଡ. ପ୍ରକାଶ ଶ୍ରୀଚନ୍ଦନଙ୍କୁ ପାଇକ ସମ୍ରାଟ ସମ୍ମାନ

ଭୁବନେଶ୍ୱର , ୧୫/୧/୨୦୨୨ (ଓଡ଼ିଶା ସମାଚାର)- ଓଡିଶାର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ପ୍ରେରଣା ଓ ଖୋର୍ଦ୍ଧା ନିୟୁ ଥିଙ୍କିଙ୍ଗ ଫୋରମର ମିଳିତ ସହଯୋଗରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ରାଜ୍ୟ ଉତ୍କଳ ପ୍ରତିଭା ଓ ସିନେ ପ୍ରତିଭା ସମ୍ମାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଉଦଘାଟନ କରି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଲେ ଯେ, ଉତ୍କୃଷ୍ଟ କଳାର ରାଜ୍ୟ ବୋଲି ଆମ ରାଜ୍ୟର ନାମ ଉତ୍କଳ । ଆମର ବୀରତ୍ୱ ବ୍ୟଞ୍ଜକ କାହାଣୀ ତଥା ପ୍ରତି କ୍ଷେତ୍ରରେ ଓଡ଼ିଆମାନଙ୍କର ପାରଦର୍ଶିତାର ପଟ୍ଟାନ୍ତର ନାହିଁ । ତେଣୁ ଏ ମାଟିର କୃତି ସନ୍ତାନମାନଙ୍କୁ ସମ୍ମାନିତ କରାଯାଇଥିବାରୁ ଏହା ଅତ୍ୟନ୍ତ ଆନନ୍ଦର ବିଷୟ । ଏଥିରେ ସଭାପତିତ୍ୱ କରି ପ୍ରେରଣାର ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ, କରୋନା ଭଳି ମହାମାରୀ ସମୟରେ ଯେଉଁ ସିନେ ତାରକା ତଥା ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟକ୍ରମରେ ଲିପ୍ତ ରହିବା ସହ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ସମ୍ମାନିତ କରିବା ଆମର ମୁଖ୍ୟ ଆଭିମୁଖ୍ୟ । ତେଣୁ ପ୍ରତ୍ୟେକ ସମ୍ମାନିତ ପ୍ରତିଭା କରୋନା ସମ୍ପର୍କରେ ସଚେତନତାର ବାର୍ତା ବାଂଟିବାକୁ ଡ. ଶ୍ରୀଚନ୍ଦନ ଅନୁରୋଧ କରିଥିଲେ ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସପ୍ତମ ବାଟାଲିୟନର କମାଣ୍ଡା ଶ୍ରୀ ବିଜୟ କୁମାର ସାହୁ, ହାଇଟେକ ମେଡ଼ିକାଲ କଲେଜର ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ ଏବଂ ବରିଷ୍ଠ ଚାଟାର୍ଡ ଆକାଉନ୍ଟାଂଟ ଶ୍ରୀ ଚିତରଞ୍ଜନ ବେହେରା, ଓଡ଼ିଶା ବୀର ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ରାଜ୍ୟ ରେଡ଼କ୍ରସର ଯୁବ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ, ସମାଜସେବୀ ଗଣେଶ ସାମନ୍ତ ଓ ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର କୁମାର ପୃଷ୍ଟି ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ସମ୍ମାନିତ ପ୍ରତିଭା ମାନଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ କରୋନା ମହାମାରୀ ସମ୍ପର୍କରେ ସଚେତନତାର ବାର୍ତା ବାଂଟି ନିଜ ମହନୀୟତାର ପରିଚୟ ଦେବାକୁ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଓଡ଼ିଶା ବୀର ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନଙ୍କୁ ପାଇକ ସମ୍ରାଟ ସମ୍ମାନ ତଥା ‘ଓ’ଟିଭିର ସମ୍ପାଦକ ରାଧାମାଧବ ମିଶ୍ର, ‘ଅର୍ଗସ ଟିଭି’ର କାର୍ଯ୍ୟକାରୀ ସହଯୋଗୀ ସମ୍ପାଦକ ଶିବାନନ୍ଦ ଦାସ, କବି ଓ କଥାକାର ଡ. ଅଜୟ ସ୍ୱାଇଁ, ପକ୍ଷୀଘର ପତ୍ରିକାର ସମ୍ପାଦକ ବନୋଜ ତି୍ରପାଠୀ, ଓଡ଼ିଶା ଯୁବ ରେଡ଼କ୍ରସର ରାଜ୍ୟ ଯୁବ ଅଧିକାରୀ ଡ. ଅଜୟ କୁମାର ତି୍ରପାଠୀ, ସଂଯୋଜକ ଡ. ଗୋପାଳ ମିଶ୍ର, କଟକ ଜିଲ୍ଲା ରେଡ଼କ୍ରସର ଆବାହିକା ସମ୍ପାଦକ ଡ. ସସ୍ମିତା କୁମାର ପଟ୍ଟନାୟକ, ବୌଦ୍ଧ ଜିଲ୍ଲା ରେଡ଼କ୍ରସର ସମ୍ପାଦକ ପ୍ରବୀର କୁମାର ଦାସ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଧେଶକ ଶ୍ୱେତା କୁମାର ଦାସ, ଅଭିନେତ୍ରୀ ନମ୍ରତା ସିଂହଦେଓ, ଲିପ୍ସା ମିଶ୍ର, ଅଭିନେତା ଶ୍ରୀତମ ଦାସ, ବବି ମିଶ୍ର, ଅଭିନେତ୍ରୀ ପୁଷ୍ପା ମିଶ୍ର, ମିନୁ ଶର୍ମା, ଉପସ୍ଥାପିକା ଶିବାନୀ ମହାନନ୍ଦି, ଦୃତ ଧାବିକା ଅର୍ଚ୍ଚିତା ମାଲବିଶୋୟୀ, ସାମ୍ବାଦିକ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ଗାୟତ୍ରୀ ମହାନ୍ତି, ସୁମନ୍ତ ସୁନ୍ଦରାୟ, ମୌସୁମୀ ମହାନ୍ତି, ରଶ୍ମିତା ଦାସ, ସତରୂପା ସାମନ୍ତରାୟ, ଶୁଭସ୍ମିତା ଦାସ, ମେଧାବୀ ଛାତ୍ରୀ ଲୁସି ଦାସ, ସମାଜସେବୀ ସୁନିଲ ପ୍ରଧାନ, ଅଜୟ କୁମାର ଗୁମାନସିଂ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୨୫ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବିଜେଡି ପକ୍ଷରୁ ଜୋନ ୧ ଜିଲ୍ଲାପରିଷଦ ପ୍ରାର୍ଥୀପତ୍ର ଦାଖଲ

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ୨ଗୋଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ବିଜୁଜନତା ଦଳ ପକ୍ଷରୁ ପ୍ରାର୍ଥୀଙ୍କ …

Leave a Reply

Your email address will not be published. Required fields are marked *