ଭୁବନେଶ୍ୱର, ୧୫/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଏକ ମାମୁଲି କଥାରୁ ରାଜଧାନୀରେ ଗଡିଲା ମୁଣ୍ଡ। ଛୁରାମାଡରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ହତ୍ୟା ଘଟଣା ଘଟିଛି ଗଜପତି ନଗର ପ୍ରେସ ଛକରେ । ମୃତ ଯୁବକ ଜଣକ ଗାଡକଣ ଅଞ୍ଚଳର ଚିଣ୍ଟୁ ପରିଜା ସୂଚନା।
ସୂଚନା ଅନୁଯାୟୀ, କୌଣସି କେକ୍ ଖାଇବା କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ପରସ୍ପର ଉପରେ ଆକ୍ରମଣ କରିଥିଲେ। ଗୋଡ଼େଇ ଗୋଡ଼େଇ ଛୁରା ମାଡ କରିବା ଫଳରେ ଚିଣ୍ଟୁ ପରିଜା ନାମକ ଯୁବକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।ଓଡ଼ିଶା ସମାଚାର
