କେନ୍ଦ୍ରାପଡ଼ା, ୧୫/୧/୨୦୨୨ (ଓଡ଼ିଶା ସମାଚାର)- ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସାହୁଙ୍କ ୮୫ବର୍ଷ ବୟସରେ ତାଙ୍କ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡାସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ଯୁଗ୍ମ ଶାସନ ସଚିବ ଭାବେ ସ୍ୱର୍ଗତ ସାହୁ ଅବସରଗ୍ରହଣ କରିବା ପରେ ଜିଲ୍ଲାର ବିକାଶ ନିମନ୍ତେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଗତ ୨୦୦୨ମସିହାରୁ ସଖୀବଟ ଉନ୍ନୟନ ପରିଷଦ ଗଠନ କରି ଗୁପ୍ତକ୍ଷେତ୍ର ସଖୀବଟର ସଭାପତି ଭାବେ ଦାୟୀତ୍ୱ ନିର୍ବାହ କରି ଆସୁଥିଲେ । ସେ ଦାୟୀତ୍ୱ ନେବା ପରେ ସଖୀବଟକୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇବା ଠାରୁ ଆରମ୍ଭ କରି ଏହି କ୍ଷେତ୍ରର ବହୁବିଧ ଉନ୍ନତିରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏତଦବ୍ୟତିତ ସ୍ଥାନୀୟ ବଗଡା ହାଇସ୍କୁଲର ପ୍ରତିଷ୍ଠା ଓ ଲୁଣା ନଦୀବନ୍ଧ ସୁରକ୍ଷା ମଂଚର ସଭାପତି ଭାବେ ଅଂଚଳର ବହୁ ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ସେ ଶେଷ ପର୍ଯ୍ୟନ୍ତ ସାମିଲ ରଖିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ୨ପୁଅ ନାଟ୍ୟ ନିର୍ଦେଶକ ଦିଲ୍ଲିପ, ଅଧ୍ୟାପକ ସୁଧାଂଶୁ, ଝିଅ ଅରୁନ୍ଧତୀ, ନାତି, ନାତୁଣୀ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସମେତ ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବ୍ରଜକିଶୋର ବିଶ୍ୱାଳ, ଦିବାକର ଜେନା, ଅଧ୍ୟାପକ ଅଜୟ ରାଉତ, ଡା. ବିଶ୍ୱ ପ୍ରକାଶ କାନୁନଗୋ, ଗରାପୁର ଶିବାନନ୍ଦ ଆଶ୍ରମର ଶ୍ରୀମା ଚୈତନ୍ୟ ସ୍ୱାମୀ ଦିବ୍ୟ ସୁରୂପାନନ୍ଦ ସରସ୍ୱତୀ, ଡା. ପ୍ରଫୁଲ୍ଲ ସାମଲ, ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ମେଜର ଭରତ ଚନ୍ଦ୍ର ଜେନା, ଜାହିଦ ଖାନ, ଗାୟକ ଭୂଷଣ ଗୋପବନ୍ଧୁ ନାଥ, ହେମନ୍ତ ଜେନା, ଶ୍ରୀଚରଣ ସାମଲ,କୈଳାସ ପ୍ରଧାନ, ରଞ୍ଜନ ଜେନା, ପ୍ରତାପ ନାୟକ, ଉମାକାନ୍ତ ପତି, ପଣ୍ଡିତ ପ୍ରତାପ ପତି, ଅକ୍ଷୟ ପାଣି, ସୁବନୀ ସାହୁ, ବୈଷ୍ଣବ ସ୍ୱାଇଁ, ଶ୍ରୀବତ୍ସ ନାୟକ, ସୀତାକାନ୍ତ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବଗଡାସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡଃ. ସିପ୍ରା ମଲ୍ଲିକ, ଉତ୍କଳ କେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । କୋଭିଡ ନିୟମ ଅନୁପାଳନ ପୂର୍ବକ ତାଙ୍କ ମରଶରୀରକୁ ବଗଡା, ତୁଣୁପୁର, କଚେରିପଡା, ବିଲବଳରାମପୁର ପ୍ରଭୃତି ଗ୍ରାମ ପରିକ୍ରମା କରାଇବା ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଟପୁତ୍ର ଦିଲ୍ଲିପ ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର
Check Also
ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …