Tuesday , August 16 2022
Breaking News
Home / ବିଶେଷ / ଜଗତସିଂହପୁର ୨୩ ତମ ପୁସ୍ତକ ମେଳା-୨୦୨୨ର ସାରସ୍ୱତ ସମାରୋହ

ଜଗତସିଂହପୁର ୨୩ ତମ ପୁସ୍ତକ ମେଳା-୨୦୨୨ର ସାରସ୍ୱତ ସମାରୋହ

ଜଗତସିଂହପୁର୧୫/୧/୨୦୨୨ (ଓଡ଼ିଶା ସମାଚାର)-ଶନିବାର ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜଗତସିଂହପୁର ୨୩ ତମ ପୁସ୍ତକ ମେଳା-୨୦୨୨ର ସାରସ୍ୱତ ସମାରୋହ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ୍ୟା ତଥା ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀ କହିଲେ ଆଜି ଜଗତସିଂହପୁର ଜିଲ୍ଲା ପାଇଁ ଏକ ଶୁଭ ଦିନ । କୋଭିଡ୍ କଟକଣା ଯୋଗୁ ଆଜି ଜଗତସିଂହପୁର ପୁସ୍ତକମେଳା ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେଉଅଛି । ଜଗତସିଂହପୁର ସାଂସ୍କୃତିକ ପରିଷଦର ସମସ୍ତ କାର୍ଯ୍ୟକର୍ତା ଆଜି ଭର୍ଚୁଆଲ ମାଧ୍ୟମରେ ସୁନ୍ଦର ସମାରୋହର ଆୟୋଜନ କରିଛନ୍ତି । ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ମୁଁ ଆଶା କରୁଛି ସମସ୍ତେ ଏହି ଉତ୍ସବରୁ ଉପକୃତ ହୁଅନ୍ତୁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଯାହା ସାହାଯ୍ୟ ସହଯୋଗ ଦରକାର ତାହା ଯୋଗାଇ ଦିଆଯିବ । ଏହି ଉତ୍ସବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ କହିଲେ ଆଜି ଜଗତସିଂହପୁର ପୁସ୍ତକ ମେଳା ୨୩ ବର୍ଷରେ ପଦାର୍ପଣ କରିଛି । ପୂର୍ବତନ ରାଷ୍ଟ୍ରପତି ଅବ୍ଦୁଲ କଲାମ କହିଥିଲେ,ଗୋଟିଏ ବହି ୧୦୦ ମିତ୍ରଙ୍କ ସହ ସମାନ । ପୁସ୍ତକ ଯେତେ ପଢିବା ସେତେ ଅଧିକ ଜ୍ଞାନଆହରଣ କରିବା । ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ବିପ୍ଲବ ଚୌଧୁରୀ ଉତ୍ସବରେ ଅଧ୍ୟକ୍ଷତା କରି ସମସ୍ତଙ୍କ ସହଯୋଗରେ ୨୩ତମ ପୁସ୍ତକ ମେଳା ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିବାରୁ ସମସ୍ତଙ୍କୁୁ କୃତଜ୍ଞତା ଜ୍ଞାପନ କରିଥିଲେ । ସାଂସ୍କୃତିକ ପରିଷଦର ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ଜିଲ୍ଲା ପ୍ରଶାସନର କର୍ମକର୍ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ସେ ଦିନର ସାଧକ ଯେଉଁମାନଙ୍କ ପ୍ରଚେଷ୍ଟା ବଳରେ ଜଗତସିଂହପୁର ସାଂସ୍କୃତିକ ପରିଷଦ ଆଜି ୨୩ ବର୍ଷରେ ପରିଣତ  ହୋଇଛି,ସେମାନଙ୍କ ମଧ୍ୟରେ ହେମନ୍ତ ରଥ,ପ୍ରଦୀପ୍ତ ଚୌଧୁରୀ,କୁଳମଣୀ ଦାସ,ବିନାୟକ ପଟ୍ଟନାୟକ, ମହେନ୍ଦ୍ର ଆଚାର୍ଯ୍ୟ,ମହେନ୍ଦ୍ର ଚାନ୍ଦ,ଭଗବାନ ଦାଶ,ଡଃ ଅଜୟ ମିଶ୍ର,ଜ୍ୟୋତିର୍ମୟୀ ମହାନ୍ତି,ଅରୁଣ ଆଚାର୍ଯ୍ୟ, ସୁଧୀର ମହାନ୍ତି,ଡଃ ଭୋଳାନାଥ ରାଉତ,ପୂର୍ବତନ ଜିଲ୍ଲାପାଳ ସର୍ବେଶ୍ୱର ମହାନ୍ତି ହେଉଛନ୍ତି ଅନ୍ୟତମ ।୨୩ତମ ପୁସ୍ତକ ମେଳା ଅବସରରେ ମୁଖପତ୍ର “ସ୍ମୃତିପତ୍ର”କୁ ଜିଲ୍ଲାପାଳ ଓ ସମସ୍ତ ଅତିଥି ଉନ୍ମୋଚନ କରିଥିଲେ ।ଏହି ଅବସରରେ ନାଟ୍ୟକାର କୈଳାସ ମଲ୍ଲିକଙ୍କ ରଚିତ “ହଂସରଡି”ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସ୍ମୃତିପତ୍ରର ମୁଖ୍ୟ ସଂପାଦକ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ କହିଲେ ଠିକ୍ ମହାବାତ୍ୟା ପରେ ପରେ ଏକ ସାଂସ୍କୃତିକ ଜାଗରଣ ଆରମ୍ଭ ହୋଇଥିଲା । ୨୦୦୦ ମସିହା ଠାରୁ ପ୍ରଥମ ସ୍ମୃତିପତ୍ର ଉନ୍ମୋଚନ ହୋଇଥିଲା । ସ୍ମୃତିପତ୍ରର ଆଜି ୧୦ମ ସଂସ୍କରଣ ପ୍ରକାଶ ପାଇଛି । ଏଥିରେ ୩୬ଟି ପ୍ରବନ୍ଧ ରହିଛି । ଜଗତସିଂହପୁର ପୁସ୍ତକ ମେଳା-୨୦୨୨ ଆୟୋଜନରେ ସହଯୋଗ କରିଥିବା ଏନ୍.ଆଇ.ସି,ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ଜ୍ୟୋତି ପ୍ରକାଶ ବେହେରା,ଓ ଏସ୍.ଡି.ଡଃ ଶଶାଙ୍କ ଶେଖର ଲେଙ୍କା,ସାହୁ କେବୁଲ ପ୍ରୋପ୍ରାଇଟର ଶ୍ରୀ ଭରତ ଚନ୍ଦ୍ର ସାହୁ,ଅତନୁ କୁମାର ସ୍ୱାଇଁ,ଷ୍ଟୁଡିଓ ମର୍ଣ୍ଣି ଷ୍ଟାର,ସ୍ଥିରଚିତ୍ର ଉତୋଳନ ଜିତେନ୍ଦ୍ର ପ୍ରଧାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ସ୍ମୃତି ଫଳକ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ବିପ୍ଲବ ଚୌଧୁରୀ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନୀତ କରିଥିଲେ । ସାଂସ୍କୃତିକ ପରିଷଦର ସଂପାଦକ ଶ୍ରୀ ଶାରଦା ପ୍ରସାଦ ଦାସ ସଂପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଯୁଗ୍ମ ସଂପାଦକ ଶ୍ରୀ ସୁଧୀର କୁମାର ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ଶ୍ରୀ ବିଜୟ କୁମାର ରାଉତ,ଶ୍ରୀ ଗଣେଶ୍ୱର ମାଣିଆ,କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଓ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ୨୩ ତମ ପୁସ୍ତକ ମେଳା ସାରସ୍ୱତ ସମାରୋହକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ,ହେମନ୍ତ କୁମାର ରଥ,ଡଃ ନିରଂଜନ ବିଶ୍ୱାଳ,ଡଃ ଜ୍ୟୋତିର୍ମୟୀ ମହାନ୍ତି,ଭଗବାନ ଦାଶ,ମହେନ୍ଦ୍ର ଚାନ୍ଦ,ନିକୁଂଜ କିଶୋର ବେହେରା,ପ୍ରଦୀପ୍ତ ଚୌଧୁରୀ,ମାନସ କାନୁନ୍ଗୋ,ପ୍ରଦୀପ୍ତ ସାହୁ,ପ୍ରଦୀପ୍ତ ମିତ୍ର,ସୁଷମା ପ୍ରଧାନ,ସତ୍ୟବ୍ରତ ବିଶ୍ୱାଳ,କୃଷ୍ଣଚନ୍ଦ୍ର ପ୍ରଧାନ,ସୌଭାଗ୍ୟ ବିଶ୍ୱାଳ,ପୂର୍ଣ୍ଣଚନ୍ଦ୍ର ମଲ୍ଲ,ଜ୍ୟୋତି ରଂଜନ ଜେନା,କୈଳାସ ମଲ୍ଲିକ,ଅତନୁ ସ୍ୱାଇଁ,ଲୋକନାଥ ଦାସ,ମାଷ୍ଟର ନିଲୁ(ପରିକ୍ଷୀତ ପାଢୀ),ଧୀରେନ୍ଦ୍ର ଆଚାର୍ଯ୍ୟ,ପ୍ରଜ୍ଞା ପାରମିତା ଚୌଧୁରୀ,ରମାକାନ୍ତ ସାହୁ,ପ୍ରଭାତ ଦାଶ,ଅବନୀକାନ୍ତ ମହାରଣା,ଆଇଜାକ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  । ଶେଷରେ ଯୁଗ୍ମ ସଂପାଦକ ଶ୍ରୀ ନରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.