କଟକ ସଦର, ୧୫/୧/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା)-କଟକ ଜିଲାର ୧୪ ବ୍ଲକରେ ଅଧ୍ୟକ୍ଷ ପଦ ହାତେଇ ଗଡ ରକ୍ଷା କରିଵାକୁ ଵିଜେଡି ଏଵେ ଠାରୁ ଷ୍ଟ୍ରାଟେଜି ଆରମ୍ଭ କରି ଦେଇଥିବା ବେଳେ ଅନ୍ୟ ଦୁଇ ଵିରୋଧି ଵିଜେପି କି କଂଗ୍ରେସର ନିଦ୍ରା ଭଙ୍ଗ ହେଲା ଭଳି ଜଣା ପଡୁନାହିଁ।ଗତ ୨୦୧୭ ରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେଵଳ ସାଲେପୁର ଵ୍ଲକର ଅଧ୍ୟକ୍ଷ ଆସନ କଂଗ୍ରେସ କୁ ଯାଇଥିଲା ବେଳେ ଅନ୍ୟ ୧୩ ବ୍ଲକ ଵିଜେଡି ଖାତାରେ ଥିଲା।ଯେ ହେତୁ ସାଲେପୁର ନିର୍ବାଚନ ମଣ୍ଡଳୀ ର ଵିଧାୟକ କଂଗ୍ରେସରୁ ଜିତିଥିଲେ ସେଥିପାଇଁ ବ୍ଲକ ଅଧ୍ୟକ୍ଷ କଂଗ୍ରେସ କୁ ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଧାୟକ ଵିଜେପିକୁ ଯିଵା ପରେ ଅଧ୍ୟକ୍ଷ ମଧ୍ୟ ଵିଜେପିକୁ ଯାଇଥିଲେ। ସେହିପରି କଟକ ସଦର ଵ୍ଲକ ଅଧ୍ୟକ୍ଷା ଵିଜେଡି ସମର୍ଥନରେ ଜିତିଥିଲେ ଵି ପରବର୍ତ୍ତୀ ସମୟରେ ଵିଜେପିକୁ ଚାଲିଯାଇଥିଲେ।ଏଵେ ଏହି ଆସନ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲାବେଳେ ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ଏହାକୁ ଅଣସଂରକ୍ଷିତ ମହିଳା ରଖାଯାଇଛି।ହେଲେ ଵିଜେଡିର ଘୋଷଣା ଅନୁଯାୟୀ ଏହି ଆସନ ଆପାତତଃ ସେହି ପଛୁଆବର୍ଗ ମହିଳାଙ୍କୁ ମିଳିଵ ବୋଲି ନିଷ୍ପତ୍ତି ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।ଏହା ଜଣାପଡିଵା ଅସନ୍ତୁଷ୍ଟ ଥିବା ପଛୁଆବର୍ଗ ଙ୍କ ମଧ୍ୟରେ ଆଶା ସଂଚାର ହୋଇଛି।ସେ ଯାହାହେଉ କୋଭିଡ କଟକଣା ଯୋଗୁଁ ଗ୍ରାମାଞ୍ଚଳରେ ନିର୍ବାଚନ ମାହୋଲ ଫିକା ପଡିଛି। ଓଡ଼ିଶା ସମାଚାର