ଜୁନାଗଡ, ୧୫/୧/୨୦୨୨ (ଓଡ଼ିଶା ସମାଚାର/ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଏବଂ କୁଆ ପଥର ମାଡ଼ ହେବା ଫଳରେ ଅନେକ ଅଞ୍ଚଳରେ ପନିପରିବା ତଥା ଡାଲି ଜାତୀୟ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଗତ ତିନି ଦିନ ଧରି ଜୁନାଗଡ଼ ଅଞ୍ଚଳରେ ୪୯ ମି.ମି ବର୍ଷା ହୋଇ ଥିବାବେଳେ ଅଂଚଳର ମାଟି ଗାଁ, ଚିଲିଗୁଡା, ଦେଦର, ଦୁନ୍ଦେଲମାଲ ,ବୁଢ଼ୀଦର, ବାଙ୍କ ପାଳକ୍ଷସ ,ତଲ ଜାରିଂ ,କେନ୍ଦୁପାଟି ,ଆଟି ଗାଁ, ତଲମଲା, କଲିଆ କୁଣ୍ଡଲଏପରି ଅନେକ ପଂଚାୟତ ରେ ପନିପରିବା ତଥା ଡାଲି ଜାତୀୟ ଫସଲ ନଷ୍ଟ ହୋଇଛି । ଏନେଇ କୃଷି ବିଭାଗ ଏବଂ ରାଜସ୍ୱ ବିଭାଗ ନଷ୍ଟ ହୋଇଥିବା ଫସଲ ର କ୍ଷୟକ୍ଷତି ଆକଳନ କରୁଛନ୍ତି । ଅନ୍ୟପକ୍ଷରେ ଚାଷୀମାନେ ଧାର କରଜ ରେ ଚାଷ କରି ଦୁଇ ପଇସା ରୋଜଗାର କରିବା ସମୟରେ ଏହି ଅଦିନିଆ ବର୍ଷା ତାଙ୍କର ସବୁ ଫସଲ ନଷ୍ଟ କରି ଅଣ୍ଟା ଭାଙ୍ଗି ଦେଇଥିବା ସଦୃଶ ସେମାନେ ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର