Saturday , August 13 2022
Breaking News
Home / ବିଶେଷ / ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର , ୧୪/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଚାକିରିକୁ ରାଜ୍ୟ ସରକାର ଆଉ ୬ ମାସ ବୃଦ୍ଧି କରିଛନ୍ତି । ଗତ ଡିସେମ୍ବର ୩୧ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦିଆଯାଇଥିବା ପ୍ରସ୍ତାବ ଉପରେ  କେନ୍ଦ୍ର ସରକାର ସମ୍ମତି ପ୍ରଦାନ କରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ୧୯୮୬ ବ୍ୟାଚ୍ର ଆଇଏଏସ୍ ଶ୍ରୀ ମହାପାତ୍ର ୨୦୨୧ ଜାନୁଆରି ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଆସନ୍ତା ଫେବ୍ରୁଆରି ୨୮ ତାରିଖରେ ସେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ। ତାଙ୍କ ଚାକିରିକୁ ଆଉ ୬ ମାସ ବୃଦ୍ଧି କରାଯିବା ଫଳରେ ସେ ଅଗଷ୍ଟ ୩୧ ତାରିଖ ଯାଏ ମୁଖ୍ୟ ସଚିବ ଭାବେ ରହିବେ।  ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.